Revised Common Lectionary (Semicontinuous)
19 ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର।
ତାହା ନାଗଦଅଣା ଓ ବିଷ ସ୍ୱରୂପ।
20 ମୋର ସମସ୍ତ କ୍ଳେଶକୁ ସ୍ମରଣ କରି
ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି,
ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି।
22 ସଦାପ୍ରଭୁଙ୍କର ପ୍ରେମ
ଓ ଦୟା ଶେଷ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”
25 ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି
ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ
ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ।
7 ନିଜ ଦୁଃଖ ଓ ଦୁର୍ଗତିର ସମୟରେ,
ଯିରୁଶାଲମ ଆପଣା ପୂର୍ବକାଳର ରମଣୀୟ ଦିନସବୁ ସ୍ମରଣ କରୁଅଛି;
ଯେତେବେଳେ ତା’ର ଲୋକମାନେ
ଶତ୍ରୁମାନଙ୍କ ଦ୍ୱାରା କବଳିତ ହେଲେ,
କେହି ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ,
ସେତେବେଳେ ତା’ର ଶତ୍ରୁଗଣ ସେମାନଙ୍କର ଧ୍ୱଂସାବସ୍ଥା ଦେଖି
ସେମାନଙ୍କୁ ଉପହାସ କଲେ।
8 ଯିରୁଶାଲମ ଅତିଶୟ ପାପ କରିଅଛି,
ଏଣୁ ସେ ନଗର
ଧ୍ୱଂସପ୍ରାପ୍ତ ହୋଇଅଛି।
ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ,
ଏବେ ସେମାନେ ତାକୁ ଘୃଣା କରୁଛନ୍ତି।
କାରଣ ସେମାନେ ତାକୁ ଗାଳି ଦିଅନ୍ତି।
ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି
ଓ ପଛକୁ ମୁଖ ଫେରାଉଅଛି।
9 ଯିରୁଶାଲମର ଅପରିଷ୍କାର ଗଳି
ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା।
ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା।
ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ।
ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ,
ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”
10 ତାହାର ସମସ୍ତ ବିପକ୍ଷମାନେ ସେମାନଙ୍କର ହସ୍ତ ପ୍ରସାରଣ କଲେ
ଏବଂ ସମସ୍ତ ସୁନ୍ଦର ଜିନିଷ ନେଇଗଲେ।
ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିରରେ ପ୍ରବେଶ କରିବାର ପର୍ଯ୍ୟବେକ୍ଷଣ କଲେ।
ସେହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀରେ ଯୋଗଦେବାକୁ ଆଦେଶ ଦେଇଥିଲେ।
11 ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି।
ସେମାନେ ବଞ୍ଚିବା ଉଦ୍ଦେଶ୍ୟରେ ଖାଦ୍ୟ ପାଇଁ
ସେମାନଙ୍କର ମନୋହର ସାମଗ୍ରୀ ସବୁ ଦେଉଛନ୍ତି।
ଯିରୁଶାଲମ କହେ, “ହେ ସଦାପ୍ରଭୁ, ଦେଖ, ମୋତେ ନିରୀକ୍ଷଣ କର,
ଆଉ ଦେଖ ଲୋକମାନେ ମୋତେ ଘୃଣା କରୁଛନ୍ତି।
12 ହେ ପଥିକଗଣ, ମୋତେ ଗ୍ଭହଁ ଏବଂ ଦେଖ
କି ଦାରୁଣ ଯନ୍ତ୍ରଣା ମୁଁ ଭୋଗୁଅଛି।
ଏପରି ଯନ୍ତ୍ରଣା ଓ ଦୁଃଖ
ଅନ୍ୟ କିଏ ପାଇଛି କି?
ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରେ
ମୋ’ ପ୍ରତି ଦଣ୍ଡ ବିଧାନ କରିଛନ୍ତି।
13 ସଦାପ୍ରଭୁ ଊର୍ଦ୍ଧ୍ୱରୁ ମୋ’ ଅସ୍ଥିଗୁଡ଼ିକ ମଧ୍ୟରୁ
ଅଗ୍ନି ପ୍ରେରଣ କରିଅଛନ୍ତି,
ସେ ମୋର ମରଣ ପାଇଁ ଢାଲ ପାତିଛନ୍ତି
ଓ ସେଥିରେ ମୋତେ ଗୁଡ଼ାଇ ଦେଇଛନ୍ତି।
ସେ ମୋତେ ଅନାଥିନୀ
ଓ ଦିନସାରା ଅସୁସ୍ଥା କରିଛନ୍ତି।
14 “ମୋର ପାପରୂପ ଯୁଆଳି
ସଦାପ୍ରଭୁଙ୍କ ହସ୍ତରେ ବନ୍ଧା ଯାଇଅଛି।
ସଦାପ୍ରଭୁଙ୍କ ସେହି ଯୁଆଳି ମୋ’ ସ୍କନ୍ଧ ଉପରକୁ ଆସିଅଛି,
ସେ ମୋତେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି।
ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ପାରିବି ନାହିଁ,
ସେମାନଙ୍କ ହସ୍ତରେ ସଦାପ୍ରଭୁ ମୋତେ ସମର୍ପଣ କରିଛନ୍ତି।
15 “ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା
ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି।
ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ
ଦଳେ ଲୋକ ଆଣିଛନ୍ତି।
ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି
ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।
ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ(A)
29 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। 30 ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।”
31 ଲୋକେ ସେମାନଙ୍କୁ ଧମକ ଦେଇ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।”
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
33 ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।”
34 ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା’ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ।
2010 by World Bible Translation Center