Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-104

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 26:1-15

ସଦାପ୍ରଭୁଙ୍କ ଗୃହରେ ଯିରିମିୟଙ୍କ ଶିକ୍ଷା

26 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱର ପ୍ରାରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ। ସେମାନେ ହୁଏତ ଆମ୍ଭର କଥାପ୍ରତି ଧ୍ୟାନ ଦେବେ ଓ ଆମ୍ଭର ଆଜ୍ଞା ପାଳନ କରିବେ। ହୋଇପାରେ ସେମାନେ କୁପଥରୁ ଫେରିବେ। ତାହାହେଲେ ଆମ୍ଭେ ସେମାନଙ୍କର ଦୁଷ୍ଟତା ଯୋଗୁଁ ସେମାନଙ୍କ ପ୍ରତି ଯେଉଁ ଦଣ୍ଡ ଦେବାକୁ ମନସ୍ଥ କରିଅଛୁ, ସେଥିରୁ ନିବୃତ୍ତ ହେବା। ପୁଣି ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ବ୍ୟବସ୍ଥାନୁସାରେ ଗ୍ଭଲିବ ଓ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦେବ। ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭେମାନେ ସେମାନଙ୍କ କଥା ପ୍ରତି ଅବଧାନ କରି ନାହଁ। ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’”

ସଦାପ୍ରଭୁଙ୍କ ମନ୍ଦିରରେ ଯିରିମିୟ ଏହି କଥା କହିଲା ବେଳେ ସମସ୍ତ ଯାଜକ, ଭବିଷ୍ୟ‌ଦ୍‌ବକ୍ତା ଓ ଲୋକମାନେ ଶୁଣିଲେ। ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପରେ ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।” ସେମାନେ ପୁଣି କହିଲେ, “ତୁମ୍ଭେ କିପରି ସଦାପ୍ରଭୁଙ୍କ ନାମରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛ ଯେ, ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହେବ ଓ ଯିରୁଶାଲମ ନଗର ଧ୍ୱଂସ ଓ ନିବାସହୀନ ହେବ।” ସଦାପ୍ରଭୁଙ୍କ ମନ୍ଦିରରେ ସମସ୍ତ ଲୋକ ଯିରିମିୟଙ୍କ ଗ୍ଭରିପଟେ ରୁଣ୍ଡ ହେଲେ।

10 ଅନନ୍ତର ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ। 11 ତା’ପରେ ଯାଜକମାନେ ଓ ଭବିଷ୍ୟ‌ଦ୍‌ବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।”

12 ତା’ପରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେଉଁସବୁ କଥା ଶୁଣିଅଛ, ସେହିସବୁ ଭବିଷ୍ୟ‌ଦ୍‌ବାକ୍ୟ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧରେ ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ। 13 ତେଣୁ ତୁମ୍ଭେମାନେ ନିଜ ନିଜ ଆଚରଣ ଓ କ୍ରିୟା ବଦଳାଅ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ପାଳନ କର। ତାହାହେଲେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଛନ୍ତି, ତାହା କରିବାରୁ ସେ ନିବୃତ୍ତ ହେବେ। 14 ଆଉ ମୋ’ ସମ୍ବନ୍ଧରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର। 15 ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17:22-34

22 ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ। 23 ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।

24 “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ। 25 ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ। 26 ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,

27 “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି। 28 ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ,‘ଆମ୍ଭେମାନେ ତାହାଙ୍କର ସନ୍ତାନ।’

29 “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ। 30 ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି। 31 ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”

32 ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।” 33 ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ। 34 କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center