Revised Common Lectionary (Semicontinuous)
19 ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର।
ତାହା ନାଗଦଅଣା ଓ ବିଷ ସ୍ୱରୂପ।
20 ମୋର ସମସ୍ତ କ୍ଳେଶକୁ ସ୍ମରଣ କରି
ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି,
ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି।
22 ସଦାପ୍ରଭୁଙ୍କର ପ୍ରେମ
ଓ ଦୟା ଶେଷ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”
25 ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି
ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ
ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ।
12 ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା। 13 ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା। 14 ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କଲ୍ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। 15 ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା। 16 ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଓ କୃଷକ ହେବାକୁ ସେଠାରେ ଛାଡ଼ିଗଲା।
17 ପୁଣି କଲ୍ଦୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ। 18 ଆଉ ମଧ୍ୟ ସେମାନେ ରନ୍ଧାପାତ୍ର, ବେଲ୍ଗ୍ଭ, କଇଁଚି, ବେସିନ୍, କରେଇ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିରରେ ଉପାସନା ପାଇଁ ବ୍ୟବହାର ହୁଏ, ତାହା ନେଇଗଲେ। 19 ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ। 20 ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବାରଟି ବୃଷଭ, ଏହାକୁ ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷରେ ବ୍ୟବହୃତ ହୋଇଥିବା କଂସାର ଓଜନ ବହୁତ ଅଧିକ ଥିଲା।
21 ପୁଣି ସେହି ଦୁଇସ୍ତମ୍ଭ ପ୍ରତ୍ୟେକର ଉଚ୍ଚତା ସତେଇଶ୍ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମୋଟା ଓ ତାହା ଫମ୍ପା ଥିଲା। 22 ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା। 23 ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଗ୍ଭରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
24 ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା। 25 ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାୟିତ୍ୱରେ ଥିବା ଅଧିପତିଗଣଙ୍କୁ, ନଗରର ସାତ ଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଜଣଙ୍କୁ ବନ୍ଦୀକରି ନେଲା। 26-27 ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ବଧ କଲା।
ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ଆନୀତ ହେଲା। 28 ନବୂଖଦ୍ନିତ୍ସର ଯେଉଁ ଯିହୁଦୀ ଲୋକମାନଙ୍କୁ ବନ୍ଦୀକରି ନେଇଗଲେ,
ସେମାନଙ୍କର ସଂଖ୍ୟା ନବୂଖଦ୍ନିତ୍ସରଙ୍କ ରାଜତ୍ୱର ସପ୍ତମ ବର୍ଷରେ ତିନି ସହସ୍ର ତେଇଶ୍ ଜଣ ଥିଲେ।
29 ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷରେ ସେ ଯିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନେଇଗଲେ।
30 ପୁଣି ନବୂଖଦ୍ନିତ୍ସରର ରାଜତ୍ୱର ତ୍ରୟୋବିଂଶ ବର୍ଷରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସାତ ଶହ ପଇଁଗ୍ଭଳିଶ୍ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା।
ସବୁ ମିଶି ଗ୍ଭରି ସହସ୍ର ଛଅ ଶହ ଲୋକ ଥିଲେ।
ପର୍ଗମ ମଣ୍ଡଳୀକୁ ଯୀଶୁଙ୍କର ପତ୍ର
12 “ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ:
“ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାରଯୁକ୍ତ ଖଡ଼୍ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି।
13 “ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ’ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।
14 “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା। 15 ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି। 16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖଡ଼୍ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
17 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
“ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା [a] ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”
ଥୁୟତୀରା ମଣ୍ଡଳୀକୁ ଯୀଶୁଙ୍କର ପତ୍ର
18 “ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:
“ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି:
19 “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। 20 କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା’ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟଦ୍ବକ୍ତ୍ରୀ ବୋଲି କହେ। ସେ ତା’ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି। 21 ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।
22 “ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇ ଦେବି। ତା’ସହିତ ଯେଉଁମାନେ ବ୍ୟଭିଗ୍ଭର ପାପକର୍ମ କରିବେ, ସେମାନେ ମଧ୍ୟ କଷ୍ଟ ଭୋଗିବେ। ସେମାନେ ଯଦି ତା’ର ମନ୍ଦକାର୍ଯ୍ୟରୁ ନିଜକୁ ଫେରାଇ ନ ଆଣିବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି। 23 ମୁଁ ତା’ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।
24 “କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା’ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। 25 ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।
26 “ଯେ ବିଜୟୀ ହୁଏ ଓ ଶେଷପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି। 27 “ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।” (A)
28 ମୁଁ ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି। 29 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
2010 by World Bible Translation Center