Revised Common Lectionary (Semicontinuous)
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
16 ତା’ପରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ କହିଲେ, “ଯିରିମିୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯିରିମିୟଙ୍କୁ ଏହିସବୁ କହିଛନ୍ତି।”
17 ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ। 18 “ଯିହୁଦାର ରାଜା ହିଜକିୟଙ୍କ ସମୟରେ ମୋରେଷ୍ଟୀୟର ମୀଖା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସିୟୋନ କ୍ଷେତ୍ର ତୁଲ୍ୟ ଗ୍ଭଷ କରାଯିବ
ଓ ଯିରୁଶାଲମ ଢିପ ହେବ,
ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି,
ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’
(A)
19 “ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।”
20 ଆହୁରି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା। ସେ କିରିୟତ୍-ସିୟାରୀମସ୍ଥ ସମୟିୟର ପୁତ୍ର ଉରିୟ; ସେ ଯିରିମିୟର ସମସ୍ତ ବାକ୍ୟପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଥିଲା। 21 ରାଜା ଯିହୋୟାକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିୟଙ୍କ ଭବିଷ୍ୟଦ୍ବାଣୀ ଶୁଣିଲେ। ତା’ପରେ ରାଜା ଯିହୋୟାକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିୟ ଭୟଭୀତ ହୋଇ ମିଶରକୁ ପଳାଇଲା। 22 ମାତ୍ର ରାଜା ଯିହୋୟାକୀମ୍ ଅକବୋରର ପୁତ୍ର ଇଲ୍ନାଥନ୍କୁ ଓ ତାଙ୍କ ସହିତ ଅନ୍ୟ କେତେକ ଲୋକଙ୍କୁ ମିଶରକୁ ପଠାଇଲା। 23 ତହୁଁ ସେମାନେ ଉରିୟକୁ ମିଶରରୁ ଆଣି ଯିହୋୟାକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶରେ ଉରିୟକୁ ଖଡ଼୍ଗରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନରେ ତାହାର ଶବ ପକାଗଲା।
24 ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।
ଜଣେ ଅନୁମୋଦିତ କାର୍ଯ୍ୟକାରୀ
14 ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ। 15 ପରମେଶ୍ୱରଙ୍କ ସୁଗ୍ରାହ୍ୟ ବ୍ୟକ୍ତି ହେବା ଲାଗି ଯଥାସାଧ୍ୟ ଚେଷ୍ଟା କର। ନିଜକୁ ତାହାଙ୍କଠାରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସେବକ ହୁଅ ଯିଏ ସତ୍ଶିକ୍ଷା ଠିକ୍ ଭାବରେ କାମରେ ଲଗାଉଛି।
16 ପରମେଶ୍ୱରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂରରେ ରୁହ। ସେଭଳି କଥା ପରମେଶ୍ୱରଙ୍କଠାରୁ ଅଧିକରୁ ଅଧିକ ଦୂରେଇ ନେବ। 17 ଶରୀର ଭିତରେ ରୋଗ ବ୍ୟାପିଲା ଭଳି ସେମାନଙ୍କର ମନ୍ଦ ଶିକ୍ଷା ବ୍ୟାପି ଯିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସେହିଭଳି ଲୋକ। 18 ସେମାନେ ସତ୍ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି।
19 ସେହି ବାକ୍ୟଗୁଡ଼ିକ ସେହି ମୂଳଦୁଆ ଉପରେ ଲେଖା ହୋଇଛି: “ଯେଉଁମାନେ ପ୍ରଭୁଙ୍କର ଲୋକ, ସେମାନଙ୍କୁ ପ୍ରଭୁ ଜାଣନ୍ତି।” ନିୟମ ଲିଖିତ ଶବ୍ଦଗୁଡ଼ିକ ମଧ୍ୟ ମୂଳଦୁଆ ଉପରେ ଲେଖାଯାଇଛି: “ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ, ସେ ମନ୍ଦ କାମ ନ କରୁ।”
20 ଗୋଟିଏ ବଡ଼ ଘରେ ସୁନା ଓ ରୂପାର ଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ୟ ଥାଏ। କେତେକ ଜିନିଷ ବିଶେଷ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୁଏ। କେତେକ ଜିନିଷ ନୀଚ କାର୍ଯ୍ୟ ପାଇଁ ବ୍ୟବହାର ହୁଏ। 21 ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା’ହେଲେ ସେ ମୂଲ୍ୟବାନ କାମ ପାଇଁ ବିଶେଷ ଉପଯୋଗୀ ହେବ। ସେ ଲୋକ ପବିତ୍ର ହେବ। ମୁନିବ ତାହାକୁ ବ୍ୟବହାର କରି ପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ।
22 ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର। 23 ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ। 24 ପ୍ରଭୁଙ୍କର ସେବକ ଯୁକ୍ତି କରିବା ଉଚିତ୍ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହେବା ଉଚିତ୍। ସେ ଜଣେ ଭଲ ଶିକ୍ଷକ ହେବା ଉଚିତ୍। ସେ ସହନଶୀଳ ହେଉ। 25 ଯେଉଁମାନେ ତାଙ୍କୁ ବିରୋଧ କରନ୍ତି, ସେମାନଙ୍କୁ ଭଦ୍ର ଭାବରେ ଶିଖାଇବା ଉଚିତ୍। ହୁଏତ ପରମେଶ୍ୱର ସେମାନଙ୍କ ହୃଦୟରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରିବେ, ଯାହାଦ୍ୱାରା ସେମାନେ ସତ୍ୟକୁ ଗ୍ରହଣ କରିବେ। 26 ଶୟତାନ ସେମାନଙ୍କୁ ଫାନ୍ଦରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହୋଇପାରେ ଯେ ସେମାନେ ସଜାଗ ହେବେ ଓ ଶୟତାନର ସେହି କାର୍ଯ୍ୟ ଦେଖିବେ। ତା’ପରେ ସେମାନେ ଶୟତାନର ଫାନ୍ଦରୁ ମୁକ୍ତ ହେବେ।
2010 by World Bible Translation Center