Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 87

କୋରହ ସନ୍ତାନଗଣର ଏକ ଗୀତ।

87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
    ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।

4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
    “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
    “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
    ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ।

ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
    “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”

ଯୋୟେଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:1-8

ଯିହୁଦାର ଶତ୍ରୁମାନେ ଦଣ୍ତିତ ହେବେ

“ହଁ ଦେଖ, ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା। ଆମ୍ଭେ ମଧ୍ୟ ସମସ୍ତ ରାଜ୍ୟକୁ ଏକତ୍ରିତ କରିବା। ସେହି ସମୟରେ, ଆମ୍ଭେ ସବୁ ରାଜ୍ୟକୁ ଯିହୋଶାଫଟ୍ ଉପତ୍ୟକାକୁ ଓହ୍ଲାଇ ଆଣିବା। ସେଠାରେ ଆମ୍ଭେ ସେମାନଙ୍କର ବିଗ୍ଭର କରିବା। ସେହି ଗୋଷ୍ଠୀଗୁଡ଼ିକ ଆମ୍ଭ ଇସ୍ରାଏଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସେମାନେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଜୋର୍ କରି ନିର୍ବାସିତ କରି ଦେଇଛନ୍ତି। ସେମାନେ ଆମ୍ଭର ଭୂମି ସେମାନଙ୍କ ମଧ୍ୟରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନେ ଆମ୍ଭ ଲୋକମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଗୁଲିବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ୟା ପାଇଁ ସେମାନେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସେମାନେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।

“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା। ତୁମ୍ଭେମାନେ ଆମ୍ଭର ସମସ୍ତ ରୂପା ଓ ସୁନା ଅପହରଣ କରିଅଛ। ଆମ୍ଭର ମୂଲ୍ୟବାନ ଭଣ୍ତାରକୁ ଖାଲି କରି ତୁମ୍ଭ ମନ୍ଦିରରେ ରଖିଅଛ।

“ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀ‌‌ସ୍‌‌ରେ ବିକ୍ରୀ କରିଛ ଏବଂ ସେମାନଙ୍କୁ ସେମାନଙ୍କର ସୀମାରୁ ବହୁଦୂରକୁ ନେଇଯାଇଛ। ତୁମ୍ଭେମାନେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦେଇଛ। କିନ୍ତୁ ଆମ୍ଭେ ସେମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ୟ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦେବା। ତୁମ୍ଭମାନଙ୍କର ପୁତ୍ରକନ୍ୟାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସେମାନେ ସେହି ସନ୍ତାନମାନଙ୍କୁ ଦୂର ଦେଶୀୟ ଶୀବାୟୀୟ ଲୋକମାନଙ୍କୁ ବିକ୍ରୀ କରିବେ,” କାରଣ ସଦାପ୍ରଭୁ ଏହା କହିଛନ୍ତି।

ପିତରଙ୍କ ପ୍ରଥମ ପତ୍ର 4:12-19

ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା

12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?

18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
    ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” (A)

19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center