Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
ମିଥ୍ୟା ଭବିଷ୍ୟଦ୍ବକ୍ତା ହନାନିୟ
28 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ଚତୁର୍ଥବର୍ଷର ପଞ୍ଚମ ମାସରେ ଗିବିୟୋନ ନିବାସୀ ଅସୂରର ପୁତ୍ର ହନାନିୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତରେ ମୋତେ ଏହି କଥା କହିଲେ। 2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିହୁଦା ଉପରେ ଥିବା ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ। 3 ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ଦୁଇ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫେରାଇ ଆଣିବା। 4 ପୁଣି ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’”
5 ତା’ପରେ ଭବିଷ୍ୟଦ୍ବକ୍ତା ଯିରିମିୟ ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ଭବିଷ୍ୟଦ୍ବକ୍ତା ହନାନିୟକୁ କହିଲେ। 6 ଯିରିମିୟ ଭବିଷ୍ୟଦ୍ବକ୍ତା ହନାନିୟକୁ ଏହା କହିଲେ, “ଆମେନ୍! ସଦାପ୍ରଭୁ ସେପରି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
7 “ତେଣୁ ହେ ହନାନିୟ, ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ଯେଉଁ କଥା କହୁଅଛି, ତାହା ଶୁଣ। 8 ତୁମ୍ଭର ଓ ମୋର ବହୁ ପୂର୍ବରୁ ଅନେକ ଭବିଷ୍ୟଦ୍ବକ୍ତା ବହୁଦେଶ ଓ ମହାନ ମହାନ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ୟଦ୍ବକ୍ତା ପ୍ରଗ୍ଭର କରିଅଛନ୍ତି। 9 ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରେ ସେହି ଭବିଷ୍ୟଦ୍ବକ୍ତାର ବାକ୍ୟ ସଫଳ ହେଲା ପରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।”
10 ଯିରିମିୟଙ୍କ ସ୍କନ୍ଧରେ ବହନ କରିଥିବା ଯୁଆଳିକୁ ହନାନିୟ କାଢ଼ି ନେଇ ତାହା ଭାଙ୍ଗି ପକାଇଲା। 11 ଆଉ ହନାନିୟ ସବୁ ଲୋକଙ୍କ ସାକ୍ଷାତରେ ବଡ଼ ପାଟିରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ହେବା ପୂର୍ବରୁ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’”
ଏଥିରେ ଯିରିମିୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଗ୍ଭଲିଗଲେ।
12 ହନାନିୟ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ସ୍କନ୍ଧରୁ ଯୁଆଳି ନେଇ ଭାଙ୍ଗିଲା ପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 13 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯାଇ ହନାନିୟକୁ କୁହ, ‘ତୁମ୍ଭେ ସିନା କାଠର ଯୁଆଳି ଭାଙ୍ଗି ଦେଲ, ମାତ୍ର ଆମ୍ଭେ ତାହା ବଦଳରେ ଲୁହାର ଯୁଆଳି ପ୍ରସ୍ତୁତ କରିବା।’ 14 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖଦ୍ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’”
15 ତହିଁରେ ଯିରିମିୟ ଭବିଷ୍ୟଦ୍ବକ୍ତା ହନାନିୟ ଭବିଷ୍ୟଦ୍ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ। 16 ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ‘ହେ ହନାନିୟ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ।’”
17 ଆଉ ହନାନିୟ ଭବିଷ୍ୟଦ୍ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା।
ଯୀଶୁ ଗୋଟିଏ କୁଷ୍ଠ ରୋଗୀକୁ ସୁସ୍ଥ କଲେ(A)
12 ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”
13 ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା। 14 ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”
15 କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ। 16 କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ।
2010 by World Bible Translation Center