Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29:1

ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର

29 ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖ‌ଦ୍‌ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29:4-7

ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି। “ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର। ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ। ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।”

ଗୀତସଂହିତା 66:1-12

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
ତାହାଙ୍କ ନାମର ମହିମା ଗାନ କର।
    ସ୍ତୁତି ଗାନ କରି ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
    ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
    ସେମାନେ ତୁମ୍ଭକୁ ଭୟ କରନ୍ତି।
ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
    ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”

ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
    ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
    ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
    ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
    ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।

ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
    ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
    ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
    ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
    ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
    କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:8-15

ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ [a]ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ୟୁପରେ ପୁନଃ ଜୀବିତ ହୋଇଉଠିଲେ। ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି। 10 ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ।

11 ଏହି ଶିକ୍ଷା ସତ୍ୟ ଅଟେ:

ଯଦି ଆମ୍ଭେ ତାହାଙ୍କ ସହିତ ମରୁ,
    ତା’ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା।
12 ଯଦି ଆମ୍ଭେ ଯାତନା ସହିବା,
    ତା’ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା।
ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା,
    ତା’ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
13 ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ,
    ତଥାପି ସେ ବିଶ୍ୱସ୍ତ ହୋଇ ରହିବେ।
    କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।

ଜଣେ ଅନୁମୋଦିତ କାର୍ଯ୍ୟକାରୀ

14 ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ। 15 ପରମେଶ୍ୱରଙ୍କ ସୁଗ୍ରାହ୍ୟ ବ୍ୟକ୍ତି ହେବା ଲାଗି ଯଥାସାଧ୍ୟ ଚେଷ୍ଟା କର। ନିଜକୁ ତାହାଙ୍କଠାରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସେବକ ହୁଅ ଯିଏ ସ‌ତ୍‌‌ଶିକ୍ଷା ଠିକ୍ ଭାବରେ କାମରେ ଲଗାଉଛି।

ଲୂକ ଲିଖିତ ସୁସମାଗ୍ଭର 17:11-19

କୃତଜ୍ଞ ହୁଅ

11 ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। 12 ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। 13 କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”

14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।”

ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। 15 ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା 16 ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, 17 ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? 18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” 19 ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center