Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 129

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 50:1-7

ବାବିଲ ବିଷୟରେ ଏକ ବାର୍ତ୍ତା

50 ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କ‌‌ଲ୍‌‌ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି:

“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର।
    ଧ୍ୱଜା ଉଠାଇ ପ୍ରଗ୍ଭର କର
ଓ ଗୋପନ ନ ରଖି କୁହ,
    ‘ବାବିଲ ହସ୍ତଗତ ହେଲା,
ବେଲ ଲଜ୍ଜିତ ହେଲା;
    ମରୋଦକ ବିସ୍ମିତ ହେଲା;
ତାହାର ପ୍ରତିମାଗଣ ଲଜ୍ଜିତ ହେଲେ
    ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ।
    ସେମାନେ ତାକୁ ଧ୍ୱଂସ କରିବେ।
ତାହା ମଧ୍ୟରେ କେହି ବାସ କରିବେ ନାହିଁ,
    ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ।
ସେ ସମୟରେ ଇସ୍ରାଏଲର ସନ୍ତାନଗଣ
    ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ।
ସେମାନେ କାନ୍ଦି କାନ୍ଦି ଆସିବେ,
    ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ।
    ସେହିଆଡ଼େ ମୁଖକରି ସେମାନେ କହିବେ,
‘ତୁମ୍ଭେମାନେ ଆସ,
    ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା
    ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’

“ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି।
    ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି।
ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି।
    ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି।
    ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି।
    ସେମାନଙ୍କର ଶତ୍ରୁମାନେ କହିଲେ,
‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’
    କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି,
ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ
    ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 50:17-20

17 “ଇସ୍ରାଏଲ ଛିନ୍ନଭିନ୍ନ ହୋଇଥିବା ମେଷ ସ୍ୱରୂପ
    ସେ ସିଂହମାନଙ୍କ ଦ୍ୱାରା ବିତାଡ଼ିତ ହୋଇଅଛି।
ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା।
    ଆଉ ଶେଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।”
18 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
‘ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦେଇଥିଲୁ,
    ସେହିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦେବା।

19 “‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା’ର ଚରାସ୍ଥାନକୁ ଆଣିବା,
    ସେ କର୍ମିଲ ଓ ବାଶନ ଉପରେ ଚରିବ।
ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ
    ଭୋଜନ କରି ପରିତୃପ୍ତ ହେବ।’”
20 ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ,
    ମାତ୍ର କିଛି ମିଳିବ ନାହିଁ;
ଯିହୁଦାର ପାପ ଅନ୍ୱେଷଣ କରାଯିବ,
    ମାତ୍ର ସେମାନେ କିଛି ପାଇବେ ନାହିଁ।
ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା,
    ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।”

ଲୂକ ଲିଖିତ ସୁସମାଗ୍ଭର 22:39-46

ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ(A)

39 ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ। 40 ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।”

41 ତା’ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ, 42 “ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’ [a] ମୋ’ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।” 43 ତା’ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା। 44 ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା। 45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା। 46 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center