Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 129

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 38:14-28

ସିଦିକିୟ ରାଜା ଯିରିମିୟଙ୍କୁ ଅଧିକ ପ୍ରଶ୍ନ ପଗ୍ଭରିଲେ

14 ତତ୍ପରେ ସିଦିକିୟ ରାଜା ଲୋକ ପଠାଇ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ତୃତୀୟ ପ୍ରବେଶ ଦ୍ୱାର ଦେଇ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, “ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଗ୍ଭରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସତ ସତ କହିବ।”

15 ତହୁଁ ଯିରିମିୟ ସିଦିକିୟଙ୍କୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ ମୋତେ ନିଶ୍ଚୟ ବଧ କରିବେ। ଆଉ ମୁଁ ଯେବେ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋ’ କଥା ଶୁଣିବେ ନାହିଁ।”

16 ତହୁଁ ସିଦିକିୟ ରାଜା ଗୋପନରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”

17 ତା’ପରେ ଯିରିମିୟ ରାଜା ସିଦିକିୟଙ୍କୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ୱୀକାର କରିବ, ତେବେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦ‌ଗ୍‌ଧ ହେବ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ। 18 ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ୱୀକାର ନ କରିବ, ତେବେ ଏହି ନଗର କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ଏହାକୁ ଦ‌ଗ୍‌ଧ କରିବେ। ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”

19 ମାତ୍ର ସିଦିକିୟ ରାଜା ଯିରିମିୟଙ୍କୁ କହିଲେ, “ଯେଉଁ ଯିହୁଦୀ ଲୋକମାନେ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଛି। ସେମାନେ ହୁଏତ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ। ଆଉ ସେମାନେ ମୋତେ ଆଘାତ ଦେବେ।”

20 କିନ୍ତୁ ଯିରିମିୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନୟ କରୁଛି, ମୋ’ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ରହିବ। 21 ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ୟ ନ ମାନି କ‌‌ଲ୍‌‌ଦୀୟମାନଙ୍କର ଅଧୀନତା ସ୍ୱୀକାର ନ କରିବ, ତେବେ ସଦାପ୍ରଭୁ ମୋତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା। 22 ଦେଖନ୍ତୁ, ଯିହୁଦାର ରାଜଗୃହରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,

‘ତୁମ୍ଭର ବନ୍ଧୁମାନେ ତୁମ୍ଭକୁ ପ୍ରବର୍ତ୍ତାଇ
    ତୁମ୍ଭକୁ ପରାସ୍ତ କରିଅଛନ୍ତି,
ଆଉ ଏବେ ତୁମ୍ଭର ପାଦ ପଙ୍କରେ ନିମଗ୍ନ ହେବାରୁ
    ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’

23 “ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।”

24 ତା’ପରେ ସିଦିକିୟ ଯିରିମିୟଙ୍କୁ କହିଲେ, “ମୋର ତୁମ୍ଭ ସହିତ କଥା ହେବା କେହି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ। 25 ଆଉ ମୁଁ ତୁମ୍ଭ ସହିତ କଥା ହୋଇଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତେବେ ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଗ୍ଭଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ’ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହାହେଲେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’ 26 ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’”

27 ଏହା ପରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସେମାନେ ଯିରିମିୟଙ୍କୁ ପ୍ରଶ୍ନ ପଗ୍ଭରିବା ବନ୍ଦ କଲେ। କାରଣ କେହି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ।

28 ତେଣୁ ଯିରୁଶାଲମ ଅଧିକୃତ ହେବା ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:1-11

ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା

ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା’ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା’ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।

ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ।

9-10 ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। 11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center