Revised Common Lectionary (Semicontinuous)
23 ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର,
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର।
ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ।
ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।
24 ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ
ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
25 “ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ
ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ।
ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ।
ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା,
ଯାହା ବର୍ଷଧରି ଖାଇଯାଇଛନ୍ତି।
26 ତତ୍ପରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ।
ତୁମ୍ଭର ସବୁ ପରିପୂର୍ଣ୍ଣ ହେବ।
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବ।
କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି।
ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦେବେ ନାହିଁ।
27 ଏହା ଦ୍ୱାରା ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ଇସ୍ରାଏଲ ସହିତ ଅଛୁ।
ଆଉ ମଧ୍ୟ ତୁମ୍ଭେମାନେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର,
ତୁମ୍ଭର ଅନ୍ୟ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ଲୋକମାନେ ଆଉ କେବେ ଲଜ୍ଜିତ ହେବେ ନାହିଁ।”
ପରମେଶ୍ୱର ତାଙ୍କର ଆତ୍ମା ସବୁ ଲୋକଙ୍କୁ ପ୍ରଦାନ କରିବେ
28 “ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ
ଆମ୍ଭର ଆତ୍ମା ପ୍ରଦାନ କରିବା।
ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ।
ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ
ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ।
29 ସେହି ସମୟରେ ଆମ୍ଭେ ମଧ୍ୟ ଆପଣା ଦାସ
ଓ ଦାସୀଙ୍କ ଉପରେ ଆମ୍ଭର ଆତ୍ମା ଢାଳିବା।
30 ସେହି ସମୟରେ ଆମ୍ଭେ ଆକାଶ ଓ ପୃଥିବୀରେ ଅଲୌକିକ ଦୃଶ୍ୟ ଦେଖାଇବା।
ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ ଦେଖାଯିବ।
31 ସଦାପ୍ରଭୁଙ୍କର ସେହି ମହାନ ଓ ଅଦ୍ଭୂତ ଦିନର ଆଗମନରେ
ସୂର୍ଯ୍ୟ ଅନ୍ଧକାରମୟ
ଓ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯିବେ।
32 ସେହି ସମୟରେ, ଯେ କେହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବ, ସେ ହିଁ ଉଦ୍ଧାର ପାଇବ।
କାରଣ ଶରଣାର୍ଥୀ ଲୋକମାନେ ଯିରୁଶାଲମର ଓ ସିୟୋନ ପର୍ବତ ଉପରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହେବେ,
ଯାହାକି ସଦାପ୍ରଭୁ କହିଛନ୍ତି
ଏବଂ ସେମାନେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ,
ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରୁଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
6 ମୋ’ ଜୀବନ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିଦେଇଛି। ମୋ’ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ଯୁଦ୍ଧ ଲଢ଼ିଛି। 7 ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ୱାସ ବଜାୟ ରଖିଛି। 8 ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ [a] ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।
16 ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତରେ ଠିଆ ହେଲାବେଳେ କୌଣସି ଲୋକ ମୋତେ ସମର୍ଥନ କରିବାକୁ ଆଗେଇ ଆସି ନ ଥିଲା। ସମସ୍ତେ ମୋତେ ଛାଡ଼ି ଗ୍ଭଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମୋ’ ସହିତ ଥିଲେ। 17 ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି। 18 ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।
ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍
9 କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: 10 “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। 11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। 12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’
13 “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” 14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”
2010 by World Bible Translation Center