Add parallel Print Page Options

ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ

(ମାଥିଉ 20:29-34; ଲୂକ 18:35-43)

46 ତା'ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। 47 ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”

48 ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”

49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।”

ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” 50 ଅନ୍ଧ ଲୋକଟି ତ‌ତ୍‌କ୍ଷଣାତ୍ ତା'ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।

51 ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”

ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”

52 ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା'ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।

Read full chapter