Revised Common Lectionary (Complementary)
6 ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ।
ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ
ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ
ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।
7-9 ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ।
ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।
ସେ ମଧ୍ୟ ଦିନକୁ
ରାତ୍ରିରେ ପରିଣତ କଲେ।
ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ।
ସେ କୌଣସି ଶକ୍ତିଶାଳୀ ନଗରକୁ
ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।”
ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ
ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ।
ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
10 ସହରର ଫାଟକରେ ତୁମ୍ଭେ ଭବିଷ୍ୟଦ୍ବକ୍ତା ଦ୍ୱାରା ଉଚ୍ଛିନ୍ନ ହେବାକୁ ଘୃଣା କର।
ତୁମ୍ଭେ ସଚ୍ଚୋଟ ବାକ୍ୟକୁ ମଧ୍ୟ ଘୃଣା କର।
11 ତୁମ୍ଭେମାନେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାୟରେ କର ନେଉଅଛ
ଏବଂ ସେମାନଙ୍କର ଗହମ ବଳପୂର୍ବକ ନେଉଅଛ।
ତୁମ୍ଭେମାନେ କାରୁକାର୍ଯ୍ୟ ପଥରରେ ସୁନ୍ଦର ଘର ନିର୍ମାଣ କରିଛ,
କିନ୍ତୁ ତୁମ୍ଭେମାନେ ସେହି ଘରେ ରହିପାରିବ ନାହିଁ।
ତୁମ୍ଭେମାନେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ରରେ ଲଗାଇଛ
କିନ୍ତୁ ସେ ଦ୍ରାକ୍ଷାରସ ପାନ କରି ପାରିବ ନାହିଁ।
12 ଆମ୍ଭେ ତୁମ୍ଭମାନଙ୍କର ଅନେକ ଜଘନ୍ୟ ପାପ ଜାଣୁ।
ତୁମ୍ଭେମାନେ ଧାର୍ମିକ ଲୋକଙ୍କୁ କଷ୍ଟ ଦେଲ।
ତୁମ୍ଭେ ଲାଞ୍ଚ ନେଇଛ
ଏବଂ ଦରିଦ୍ର ଲୋକଙ୍କ ପ୍ରତି ନ୍ୟାୟଳୟରେ ଅନ୍ୟାୟ ଆଚରଣ କରିଅଛ।
13 ସେତେବେଳେ ଜ୍ଞାନୀ ବ୍ୟକ୍ତିମାନେ ନୀରବ ରହିବେ
କାରଣ ସମୟ ଅତି ମନ୍ଦ ଅଟେ।
14 ତୁମ୍ଭେ କୁହ, ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି।
ତେଣୁ ତୁମ୍ଭେ ଉତ୍ତମ କାର୍ଯ୍ୟ କର।
ମନ୍ଦଠାରୁ ଦୂରେଇ ରୁହ।
ତାହାହେଲେ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ପ୍ରକୃତରେ ତୁମ୍ଭର ସହବର୍ତ୍ତୀ ହେବେ।
15 ମନ୍ଦକୁ ଘୃଣା କର, ଭଲକୁ ଆଦର କର।
ନ୍ୟାୟ ବିଗ୍ଭର କର।
ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ହୁଏତ
ଯୋଷେଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମୟ ହୋଇପାରନ୍ତି।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖଡ଼୍ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।
ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର
(ମାଥିଉ 19:16-30; ଲୂକ 18:18-30)
17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମୋର ଅନୁସରଣ କର।”
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା'ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
23 ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।”
24 ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ। 25 ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।”
26 ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?”
27 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ”
28 ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି, 30 ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ। 31 ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।”
2010 by World Bible Translation Center