Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:17-24

ଗିମେଲ୍

17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
    ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
    ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
    ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
    ମୋ'ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
    ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
    ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
    ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
    ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
    ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
    ସେମାନେ ମୋର ଅତି ଆପଣାର ଆଦେଶଦାତା।

ଯାତ୍ରାପୁସ୍ତକ 4:1-17

ମୋଶାଙ୍କ ପାଇଁ ପ୍ରମାଣ

ଏହା ପରେ ମୋଶା ପରମେଶ୍ୱରଙ୍କୁ ଉତ୍ତର ଦେଲେ, “କିନ୍ତୁ ଇସ୍ରାଏଲର ଲୋକମାନେ ମୋତେ ବିଶ୍ୱାସ କରିବେ ନାହିଁ, ଯେତେବେଳେ ତୁମ୍ଭେ ମୋତେ ପଠାଇଛ ବୋଲି ମୁଁ କହିବି। ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି।’”

କିନ୍ତୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭ ହାତରେ କ’ଣ ଅଛି?”

ମୋଶା ଉତ୍ତର ଦେଲେ, “ଏହା ମୋର ଆଶାବାଡ଼ି।”

ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।”

ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା'ଠାରୁ ଦୌଡ଼ି ପଳାଇଲେ। କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।”

ତେଣୁ ମୋଶା ସର୍ପ ନିକଟକୁ ଯାଇ ତା'ର ଲାଞ୍ଜଟିକୁ ଧରିଲେ। ଯେତେବେଳେ ମୋଶା ଏପରି କଲେ, ସେହି ସର୍ପଟି ପୁନରାୟ ଆଶାବାଡ଼ିରେ ପରିଣତ ହୋଇଗଲା। ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତକୁ ତୁମ୍ଭର ଛାତିରେ ରଖ।”

ତେଣୁ ମୋଶା ତାଙ୍କର ହାତକୁ ଛାତିରେ ରଖିଲେ ଏବଂ ବାହାର କରି ଆଣିଲେ। ଏହା କୁଷ୍ଠରେ ଆଚ୍ଛାଦିତ ହୋଇ, ହିମପରି ଧଳା ହୋଇଗଲା।

ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ହସ୍ତ ପୁନରାୟ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତ ତାଙ୍କର ଛାତିରେ ଦେଲେ, ମୋଶା ତାଙ୍କର ହାତ ବାହାର କରିବାରୁ ହାତଟି ପରିବର୍ତ୍ତନ ହୋଇ ପୂର୍ବପରି ହୋଇଗଲା।

ଏହା ପରେ ପରମେଶ୍ୱର କହିଲେ, “ଯଦି ଲୋକମାନେ ତୁମ୍ଭକୁ ବିଶ୍ୱାସ ନ କରିବେ, ଯଦି ସେମାନେ ପ୍ରଥମ ଚିହ୍ନ ଯୋଗୁଁ ବିଶ୍ୱାସ ନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଏହି ଚିହ୍ନକୁ ବିଶ୍ୱାସ କରିବେ। ଯଦି ସେମାନେ ଏହି ଦୁଇଟି ପ୍ରମାଣ ଦେଖିବା ପରେ ତୁମ୍ଭକୁ ବିଶ୍ୱାସ ନ କରନ୍ତି ଏବଂ ଯଦି ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ନୀଳନଦୀରୁ କିଛି ଜଳ ନେଇ ଭୂମିରେ ଢାଳିବ ତାହା ଭୂମିରେ ପଡ଼ିଲା ମାତ୍ରେ ରକ୍ତ ହୋଇଯିବ।”

10 କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ'ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।”

11 ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ। 12 ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।”

13 କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।”

14 ଏହା ପରେ ସଦାପ୍ରଭୁ କ୍ରୋଧରେ ମୋଶାଙ୍କୁ କହିଲେ, “ଉତ୍ତମ! ତୁମ୍ଭର ସାହାଯ୍ୟ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲେବୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହେବ। 15 ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା'ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ। 16 ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା’ ପାଇଁ ପରମେଶ୍ୱର ପରି ଏବଂ ସେ ତୁମ୍ଭର ପ୍ରବକ୍ତା 17 ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”

ପିତରଙ୍କ ପ୍ରଥମ ପତ୍ର 2:1-10

ଜୀବନ୍ତ ପଥର ଓ ପବିତ୍ର ଦେଶ

ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ‌ଗ୍‌ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।

ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। ଶାସ୍ତ୍ର କୁହେ:

“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
    ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”(A)

ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:

“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
    ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”(B)

ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:

“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
    ସେହି ପଥର ଲୋକଙ୍କ ପତନର କାରଣ ହୁଏ।”(C)

ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।

କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।

10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
    କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
    କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center