Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 91:9-16

ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
    ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
    କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
    ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
    ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
    ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
    ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
    ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
    ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
    ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”

ଆଦିପୁସ୍ତକ 14:17-24

17 ତା'ପରେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜୟ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।

ମ‌ଲ୍‌କୀଷେଦକ

18 ଶାଲମର ରାଜା ମ‌ଲ୍‌କୀଷେଦକ ଅବ୍ରାମଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ। ମ‌ଲ୍‌କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ। 19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ,

“ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ
    ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
20 ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହୁଅନ୍ତୁ
    ଯିଏ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ଦେଲେ।”

ଏବଂ ଅବ୍ରାମ ଯୁଦ୍ଧରୁ ନେଇଥିବା ସବୁ ଦ୍ରବ୍ୟର ଏକ ଦଶମାଂଶ ତାଙ୍କୁ ଦେଲେ।

21 ଏହା ପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ୟସକଳ ଆମ୍ଭକୁ ଦିଅ।”

22 କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ, 23 ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବି ନାହିଁ। ଏପରିକି ତୁମ୍ଭ ପାଖରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ୟ ନେବି ନାହିଁ। ମୁଁ ତୁମ୍ଭକୁ କହିବାକୁ ଗ୍ଭହେଁ ନାହିଁ, ‘ମୁଁ ଅବ୍ରାମଙ୍କୁ ଧନି କରିଛି।’ 24 କେବଳ ମୋର ଯୁବକମାନେ ଯାହା ଭୋଜନ କରିଅଛନ୍ତି ତାହା ନେବି। ପୁଣି ମୋହର ଯେଉଁ ସହାୟକଗଣ ମୋ’ ସଙ୍ଗରେ ଯାଇଥିଲେ ସେମାନେ ଅର୍ଥାତ୍ ଆନେର ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ୟ ଗ୍ରହଣ କରନ୍ତୁ।”

ରୋମୀୟଙ୍କ ପ୍ରତି ପତ୍ର 15:7-13

ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:

“ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
    ଓ ତୁମ୍ଭ ନାମର ମହିମା ଗାନ କରିବି।”(A)

10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।”(B)

11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
    ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।”(C)

12 ଯିଶାଇୟ ମଧ୍ୟ କୁହନ୍ତି,

“ଯିଶୟ[a]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
    ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ,
ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।”(D)

13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା'ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center