Revised Common Lectionary (Complementary)
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
ବିବାହ ନିୟମଗୁଡ଼ିକ
13 “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା'ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ। 14 ଯଦି ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତା'ର ଦୁର୍ନାମ କରେ କି, ‘ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ ମାତ୍ର ସହବାସ କାଳରେ ଏହାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।’ 15 ତେବେ ସେହି କନ୍ୟାର ପିତାମାତା ତାହାର କୁମାରୀତ୍ୱର ପ୍ରମାଣ କୌମାର୍ଯ୍ୟର ଚିହ୍ନ ନେଇ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। 16 ସେହି କନ୍ୟାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, ‘ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ। 17 ମାତ୍ର ସେ ତାକୁ ଘୃଣା କଲା, ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦକଥା ଆରୋପ କରି କହୁଅଛି କି, “ଆମ୍ଭେ ତୁମ୍ଭ କନ୍ୟାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।” ମାତ୍ର ଆମ୍ଭ କନ୍ୟାର କୁମାରୀତ୍ୱର ଚିହ୍ନ ଏହି।’ ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। 18 ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। 19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ। କାରଣ ସେ ଇସ୍ରାଏଲୀୟ ଏକ କନ୍ୟା ଉପରେ ଦୁର୍ନାମ ଦେଇଛି। ତହିଁରେ ସେ ତା'ର ଭାର୍ଯ୍ୟା ହେବ। ସେ ତାହାକୁ ଯାବଜ୍ଜୀବନ ପାଇଁ ତ୍ୟାଗ କରି ପାରିବ ନାହିଁ।
20 “ମାତ୍ର କଥା ଯେବେ ସତ୍ୟ ହେବ ଯେ କନ୍ୟାର କୁମାରୀତ୍ୱର ଚିହ୍ନ ଦେଖା ନ ଯାଏ। 21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।
ଶାରୀରୀକ ପାପ
22 “ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ଯୌନ ସମ୍ପର୍କ ଥିବାର ଦେଖିବାକୁ ତୁମ୍ଭେ ପାଅ। ସେ ଦୁହିଁଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂରକରିବା ଉଚିତ୍।
23 “ଯେବେ କୌଣସି କୁମାରୀତ୍ୱ କନ୍ୟା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। 24 ତେବେ ତୁମ୍ଭେମାନେ ସେହି ଦୁଇଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ। ଏବଂ ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂର କରିବା ଉଚିତ୍।
25 “କିନ୍ତୁ ଧରାଯାଉ ଏକ କୁମାରୀ କନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ପୁରୁଷ ତାକୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରେ, ତେବେ କେବଳ ସେହି ପୁରୁଷକୁ ହତ୍ୟା କରାଯିବା ଉଚିତ୍। 26 କିନ୍ତୁ ତୁମ୍ଭେମାନେ ସେହି କନ୍ୟା ପ୍ରତି କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ତ ଯୋଗ୍ୟ ପାପ ନାହିଁ। କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧକରେ, ଏହି କଥା ଠିକ୍ ସେହିପରି ଅଟେ। 27 କାରଣ ସେହି ପୁରୁଷ ଜଣକ ସେହି କାର୍ଯ୍ୟାରତ ବାଳିକାକୁ କ୍ଷେତ୍ର ମଧ୍ୟରେ ପାଇ ତାକୁ ଆକ୍ରମଣ କଲା। ସେ ସାହାଯ୍ୟ ପାଇଁ ଡାକ ପକାଇଲା ତଥାପି ତାକୁ ରକ୍ଷା କରିବାକୁ କେହି ନ ଥିଲେ,
28 “ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀତ୍ୱ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି। 29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
30 “କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
ବିବାହ ବିଷୟରେ
7 ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। 2 କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। 3 ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। 4 ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି। 5 ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। 6 ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। 7 ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା'ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
8 ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା'ହେଲେ ଭଲ। 9 କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।
2010 by World Bible Translation Center