Revised Common Lectionary (Complementary)
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
ଶିମିୟିୟଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
24 ଆଉ ମଧ୍ୟ ତୁମ୍ଭେ ନିହିଲାମୀୟ ବଂଶର ଶମୟିୟଙ୍କୁ ଏହି ବାର୍ତ୍ତା ଦେବ। 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ। 26 ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟଦ୍ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ। 27 ସମ୍ପ୍ରତି ଯିରିମିୟ ନିଜକୁ ଭବିଷ୍ୟଦ୍ବକ୍ତା ପରି ଦେଖାଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ?’ 28 ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’”
29 ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା। 30 ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 31 “ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟଦ୍ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି। 32 ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”
ବେଥ୍ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ
22 ତା'ପରେ ସେମାନେ ବେଥ୍ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। 23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?”
24 ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା। 26 ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”
2010 by World Bible Translation Center