Revised Common Lectionary (Complementary)
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
ଇସ୍ରାଏଲ ଓ ଯିହୁଦା ଦୁଇ ବିଶ୍ୱାସଘାତିନୀ ଭଉଣୀ
6 ଯିହୁଦାରେ ଯୋଶିୟ ରାଜାଙ୍କ ଶାସନ କାଳରେ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ଯାହା କରିଅଛ, ତାହା କ’ଣ ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ଯାଇ ବ୍ୟଭିଗ୍ଭର କରିଅଛି। 7 ସେ ଏହିସବୁ ଅପକର୍ମ କଲାପରେ ମୁଁ ଇସ୍ରାଏଲକୁ କହିଲି, ‘ତୁମ୍ଭେ ମୋ’ ନିକଟକୁ ଫେରି ଆସିବା ଉଚିତ୍? ମାତ୍ର ସେ ଫେରି ଆସିଲା ନାହିଁ ଆଉ ତାହାର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା। 8 ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଗ୍ଭର କରିବା ହେତୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ୟ ଯାଇ ବ୍ୟଭିଗ୍ଭର କଲା। 9 ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା। 10 ଏସବୁ ସତ୍ତ୍ୱେ ଇସ୍ରାଏଲର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କେବଳ ଛଳନା କଲା।” ଏହା ସଦାପ୍ରଭୁ କହନ୍ତି।
11 ଆଉ ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦେଖାଇଅଛି। 12 ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ,
“‘ହେ ବିପଥଗାମିନୀ ଇସ୍ରାଏଲ,
ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ,
ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ।
ଆମ୍ଭେ ଦୟାବାନ,’
କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’
13 ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ,
ତୁମ୍ଭେ ଭୁଲ୍ କରିଛ,
ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ
ଏବଂ ସେମାନଙ୍କ ସହିତ
ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି
ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।”
ତୁମ୍ଭେ ମୋର କଥା ମାନିଲ ନାହିଁ।
14 ସଦାପ୍ରଭୁ କହନ୍ତି, “ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ୟରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା।
ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି
27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’(A) 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।
ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି
(ମାଥିଉ 19:9; ମାର୍କ 10:11-12; ଲୂକ 16:18)
31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’(B) 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।
ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା
33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[a] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ।
2010 by World Bible Translation Center