Revised Common Lectionary (Complementary)
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ'ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ
8 ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।”
9 ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।”
10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ।
11 ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”
12 ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟଦ୍ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।”
13 ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।”
ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”
14 ତା'ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ। 15 ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା।
ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?”
16 ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”
17 ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।”
ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।
18 ତା'ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।”
ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ। 19 ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା'ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ।
20 ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।”
ତା'ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ। 21 ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?”
22 ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ଖଡ଼୍ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।”
23 ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
ଲୂଦ ଓ ଯାଫୋରେ ପିତର
32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
2010 by World Bible Translation Center