Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ଆଦିପୁସ୍ତକ 23

ସାରାର ମୃତ୍ୟୁ

23 ସାରା 127 ବର୍ଷ ବଞ୍ଚିଲେ। ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ। ଏହା ପରେ ଅବ୍ରହାମ ସେହି ମୃତ ଦେହକୁ ଛାଡ଼ି ହେତରମାନଙ୍କୁ କହିଲେ। ସେ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।”

ହେତର ଲୋକମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନରେ ଯେକୌଣସି ସ୍ଥାନରେ କବର ଦେଇ ପାରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କେହି ଅଟକାଇବୁ ନାହିଁ।”

ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ। ଅବ୍ରହାମ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋର ସ୍ତ୍ରୀକୁ କବର ଦେବା ପାଇଁ ସାହାଯ୍ୟ କରିବାକୁ ଗ୍ଭହୁଁଥାଅ। ତେବେ ତୁମ୍ଭେମାନେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କର। ସେ ହୁଏତ ମ‌କ୍‌ପେଲାର ଗୁମ୍ଫା ଉଚିତ୍ ମୂଲ୍ୟରେ ମୋତେ ବିକି ଦେବେ, ଯାହା ତାଙ୍କର ଅଛି, ତାଙ୍କର କ୍ଷେତର ଶେଷ ଭାଗରେ ଯାହା ଅଛି। ମୁଁ ଗ୍ଭହେଁ ତୁମ୍ଭେମାନେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହୁଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କରିବା ପାଇଁ କ୍ରୟ କରୁଛି।”

10 ସେହି ସମୟରେ ଇଫ୍ରୋଣ ସେହି ଲୋକମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତର ଇଫ୍ରୋଣ ଆପଣା ନଗର ବହିଃଦ୍ୱାର ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା। 11 “ନା ମୁନିବ, ସେପରି ହେବ ନାହିଁ। ମୋ’ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ସ୍ତ୍ରୀର ମୃତ ଦେହକୁ କବର ଦିଅନ୍ତୁ।”

12 ଅବ୍ରହାମ ହେତର ଲୋକମାନଙ୍କୁ ପ୍ରଣାମ କଲେ। 13 ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କ ଆଗରେ କହିଲେ, “କିନ୍ତୁ ମୁଁ ତୁମ୍ଭକୁ ସେହି ସ୍ଥାନର ସମସ୍ତ ପଇସା ଦେବାକୁ ଗ୍ଭହୁଁଅଛି। ମୋର ଅର୍ଥକୁ ଗ୍ରହଣ କର। ଏବଂ ମୁଁ ମୋର ସ୍ତ୍ରୀର ମୃତ ଦେହକୁ କବର ଦେବି।”

14 ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲେ, 15 “ମହାଶୟ, ମୋର କଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ୟ ତ ଗ୍ଭରିଶହ ଶେକଲ ରୂପା ଆପଣଙ୍କ ପାଇଁ ଓ ମୋ’ ପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।”

16 ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ୟ ବିଷୟରେ କଥା କହୁଛି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ୟ ଦେଲେ। ଯାହା ହେତୀୟମାନଙ୍କର ଥିଲା। ଅବ୍ରହାମ ଅଢ଼େଇ ପାଉଣ୍ଡ ରୂପା ସମସ୍ତଙ୍କ ସମ୍ମୁଖରେ ଇଫ୍ରୋଣକୁ ଦେଲେ।

17-18 ଏଣୁ ଇଫ୍ରୋଣ ସେହି ଭୂମିର ମାଲିକାନା ବଦଳାଇଲେ। ମମ୍ରି ପାଖରେ ଯେଉଁ ଜମି ମ‌କ୍‌ପେଲାରେ ଥିବା ଗୁହା ପାର୍ଶ୍ୱ ଏବଂ ଚତୁର୍ପାର୍ଶ୍ୱରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା। ଏହି ଚୁକ୍ତି ନଗର ଫାଟକରେ ହେତର ଲୋକମାନଙ୍କ ଆଗରେ କରାଗଲା। 19 ଏହା ପରେ ଅବ୍ରହାମ ମ‌କ୍‌ପେଲା କ୍ଷେତ୍ରସ୍ଥିତ ଗୁହାରେ ମମ୍ରିର ପାର୍ଶ୍ୱରେ ହେବ୍ରୋଣ ମଧ୍ୟରେ କିଣାନ ଦେଶରେ ନିଜର ସ୍ତ୍ରୀ ସାରାଙ୍କୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ଥିଲା। 20 ଏହି ପ୍ରକାରେ ଅବ୍ରହାମ ହେତରମାନଙ୍କଠାରୁ କ୍ଷେତ ଏବଂ ସେଥିରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କଲେ।

ଲୂକ ଲିଖିତ ସୁସମାଗ୍ଭର 16:14-18

ପରମେଶ୍ୱରଙ୍କ ବିଧାନ ଅଟଳ

(ମାଥିଉ 11:12-13)

14 ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ। 15 ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।

16 “ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି। 17 ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ।

ଛାଡ଼ପତ୍ର ଓ ପୂର୍ଣ୍ଣବିବାହ

18 “ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center