Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 26

ଦାଉଦଙ୍କର ସଙ୍ଗୀତ।

26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
    ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
    ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
    ମୋର ହୃଦୟ ଓ ମନକୁ ପରିଷ୍କାର କର।
ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
    ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
    କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
    ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।

ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
    ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
    ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
    ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।

ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
    ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
    ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
    ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
    ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଓବଦିଅ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-9

ଇଦୋମ ଦଣ୍ତିତ ହେବେ

ଏହା ଓବଦିୟଙ୍କର ଦର୍ଶନ ଅଟେ। ମୋର ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷୟରେ ଯାହା କହନ୍ତି।

ମୁଁ ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଏକ ବିବରଣୀ ଶୁଣିଛ।
    ଜଣେ ବାର୍ତ୍ତାବହ ସେହି ରାଜ୍ୟକୁ ପ୍ରେରିତ ହେଲେ।
ସେ କହିଲେ, “ଆସ, ଇଦୋମଙ୍କ ବିରୁଦ୍ଧରେ ସଂଗ୍ରାମ କରିବା।”

ସଦାପ୍ରଭୁ ଇଦୋମଙ୍କୁ କହନ୍ତି

“ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ୟ କରିବା।
    ପ୍ରତ୍ୟେକ ତୁମ୍ଭକୁ ଅତ୍ୟଧିକ ଘୃଣା କରିବେ।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି।
    ତୁମ୍ଭେ ପର୍ବତର ସେହି ଗୁମ୍ଫା ଗୁଡ଼ିକରେ ବାସ କର।
    ତୁମ୍ଭେ ସେହି ଉଚ୍ଚ ସ୍ଥାନରେ ରୁହ।
ତେଣୁ ତୁମ୍ଭେ ନିଜକୁ କହିଥାଅ,
    ‘ମୋତେ କେହି ଭୂମି ଉପରକୁ ଆଣି ପାରିବେ ନାହିଁ।’”

ଇଦୋମ ନିମ୍ନକୁ ଆନୀତ ହେବେ

ସଦାପ୍ରଭୁ ଏହା କୁହନ୍ତି,
“ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚରେ ଉଡ଼
    ଏବଂ ତାରକା ଗହଳରେ ବସା ରଖ,
    ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ନିମ୍ନକୁ ନେଇ ଆସିବା।
ତୁମ୍ଭେ ପ୍ରକୃତରେ ଧ୍ୱଂସ ହେବ।
    ଗ୍ଭେରମାନେ ତୁମ୍ଭ ନିକଟକୁ ଆସିବେ,
ଡକାୟତମାନେ ରାତ୍ରିରେ ଆସିବେ
    ଏବଂ ସେହି ଗ୍ଭେରମାନେ ଯାହାସବୁ ଇଚ୍ଛା କରିବେ ତାହା ସବୁ ନେଇଯିବେ।
ଯେତେବେଳେ ଶ୍ରମିକମାନେ ତୁମ୍ଭ କ୍ଷେତରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି,
    ସେମାନେ ଅଳ୍ପ କିଛି ଅଙ୍ଗୁର ପଛରେ ଛାଡ଼ିଥା’ନ୍ତି।
କିନ୍ତୁ ଶତ୍ରୁ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନେଷଣ କରିବେ
    ଏବଂ ସେହି ସମସ୍ତ ସେମାନେ ପାଇଯିବେ।
ସେହି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ,
    ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡ଼ି ଦେବେ।
ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦେଖାଇବେ
    ଏବଂ ତୁମ୍ଭକୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ କରିବେ।
ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ,
    ସେମାନେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି।
ସେମାନେ କୁହା କୁହି ହୁଅନ୍ତି, ‘ସେ କୌଣସି ବସ୍ତୁକୁ ସନ୍ଦେହ କରନ୍ତି ନାହିଁ।’”

ସଦାପ୍ରଭୁ କୁହନ୍ତି, “ସେହି ଦିନ
    ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ୱଂସ କରିବା।
    ଆମ୍ଭେ ଏଷୌ ପର୍ବତରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ୱଂସ କରିବା।
ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହେବେ।
    ଏଷୌ ପର୍ବତର ସମସ୍ତ ଲୋକ ଧ୍ୱଂସ ପାଇବେ।
    ଅନେକ ଲୋକ ନିହତ ହେବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:9-17

ବିଶାଳ ଜନତା

ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା। 10 ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”

11 ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ। 12 ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!”

13 ତା'ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”

14 ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ।

ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। 15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। 16 ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ। 17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center