Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 90:12-17

12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
    ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଦ୍ୱିତୀୟ ବିବରଣ 5:1-21

ଦଶ ଆଜ୍ଞା

ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ। ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ,

ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।

“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।

“ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ। ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। 10 କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।

11 ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।

12 ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। 13 ସପ୍ତାହର ଛଦିନ ସମସ୍ତ କର୍ମ କର। 14 କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। 15 ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।

16 ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।

17 ‘ତୁମ୍ଭେ ନରହତ୍ୟା କରିବ ନାହିଁ।

18 ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।

19 ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।

20 ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।

21 ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”

ଏବ୍ରୀ 3:7-19

ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରି ଗ୍ଭଲିଥିବା

ଅତଏବ ପବିତ୍ରଆତ୍ମା କୁହନ୍ତି:

“ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,
    ତେବେ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ଦିନ
ଯେପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧରେ ଥିଲେ,
    ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ।
    ତଥାପି ସେମାନେ ମୋ’ ଧୈର୍ଯ୍ୟର ପରୀକ୍ଷା ନେଲେ।
10 ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି।
    ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ।
    ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ।
11 ଅତଏବ ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି,
    ‘ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମସ୍ଥଳରେ[a] ପ୍ରବେଶ କରିବେ ନାହିଁ।’”(A)

12 ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧ୍ୟରେ କେହି ପାପ ନ କର, ଅବିଶ୍ୱାସୀ ନ ହୁଅ, ଓ ଜୀବିତ ପରମେଶ୍ୱରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ। 13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। “ଆଜିଦିନରେ” ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାଯ୍ୟ କର। 14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରଖିବ, ତାହାହେଲେ ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ଅଧିକାରରେ ସହଭାଗୀ ହେବ। 15 ଏହା ହିଁ ଶାସ୍ତ୍ର ମଧ୍ୟ କୁହେ:

“ତୁମ୍ଭେମାନେ ଯଦି ଆଜି ପରମେଶ୍ୱରଙ୍କ ବାକ୍ୟ ଶୁଣ,
    ତା'ହେଲେ ଅତୀତରେ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଥିଲ, ସେହିପରି ଆପଣା ହୃଦୟ କଠିନ ନ କର।”(B)

16 ପରମେଶ୍ୱରଙ୍କ ବାକ୍ୟ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ? ଯେଉଁମାନେ ମୋଶାଙ୍କ ଦ୍ୱାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସେହି ଲୋକ ଅଟନ୍ତି। 17 ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ। 18 ପରମେଶ୍ୱରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ? ପରମେଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ। 19 ଅତଏବ ଆମ୍ଭେ ଦେଖୁଛୁ ଯେ, ସେମାନେ ନିଜ ଅବିଶ୍ୱାସ ହେତୁ ସେଠାରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center