Revised Common Lectionary (Complementary)
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
17 କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ୟରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରିତ କରିବା
ଏବଂ ସିୟୋନ ପର୍ବତକୁ ଫେରାଇ ଆଣିବା।
ସେମାନେ ସିୟୋନ ପର୍ବତରେ ଚିରଦିନ ବାସ କରିବେ।
ଯାକୁବ ତାଙ୍କର ରାଜ୍ୟ ଫେରି ପାଇବେ।
18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହେବ
ଓ ଯୋଷେଫଙ୍କ ରାଜ୍ୟ ଅଗ୍ନିଶିଖା ସଦୃଶ ହେବ।
କିନ୍ତୁ ଏଷୌଙ୍କ ରାଜ୍ୟ ପାଉଁଶ ହୋଇଯିବ,
ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦେବେ।
ଯିହୁଦା ଲୋକେ ଇଦୋମଙ୍କୁ ଧ୍ୱଂସ କରି ଦେବେ।
ତା'ପରେ ଏଷୌ ରାଜ୍ୟରେ କେହି ତିଷ୍ଠି ରହିବେ ନାହିଁ।”
କାରଣ ସଦାପ୍ରଭୁ ପରମେଶ୍ୱର ଏହା କହିଛନ୍ତି।
19 ଦକ୍ଷିଣର ଲୋକେ
ଏଷୌର ପର୍ବତ ଉପରେ ବଞ୍ଚି ରହିବେ।
ପାହାଡ଼ର ପାଦ ଦେଶରେ ଥିବା ଲୋକେ
ପଲେଷ୍ଟୀୟ ରାଜ୍ୟ ଦଖଲ କରିବେ।
ସେହି ଲୋକମାନେ ଇଫ୍ରୟିମ ଓ ଶମରିୟାର ରାଜ୍ୟରେ ବାସ କରିବେ।
ବିନ୍ୟାମୀନ ଗିଲିୟଦ ଅଧିକାର କରିବେ।
20 ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ସେହି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ।
ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ।
କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ।
21 ବିଜେତାକାରୀମାନେ ସିୟୋନ ପର୍ବତ ଉପରକୁ ଯିବେ
ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ
ଏବଂ ରାଜ୍ୟ ସଦାପ୍ରଭୁଙ୍କର ଅଧିକୃତ ହେବ।
ଧନୀ ଲୋକ ଓ ଲାଜାର
19 ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। 20 ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା’ ଦେହ ଘା’ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖରେ ପଡ଼ି ରହୁଥିଲା। 21 ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଗ୍ଭଟୁଥିଲେ।
22 “ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। 23 ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂରରେ ଦେଖିଲା। 24 ସେ ଡାକିଲା, ‘ପିତା ଅବ୍ରହାମ, ମୋତେ ଦୟା କର। ମୋ’ ପାଖକୁ ଲାଜାରକୁ ପଠାଅ। ସେ ତା’ ଅଙ୍ଗୁଳି ଟିପକୁ ପାଣିରେ ବୁଡ଼େଇ ମୋ’ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି।’
25 “କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। 26 ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ।
27 “ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ। 28 ମୋର ପାଞ୍ଚ ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇ ଦେବ। ତା'ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।’
29 “କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’
30 ଧନୀ ଲୋକଟି କହିଲା, ‘ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।’
31 “କିନ୍ତୁ ଅବ୍ରହାମ ତାହାକୁ କହିଲେ, ‘ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।’”
2010 by World Bible Translation Center