Revised Common Lectionary (Complementary)
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
10 ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ;
ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’
ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି;
ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ,
ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’
11 “ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ;
ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ।
ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ।
ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ।
12 ବର୍ତ୍ତମାନ ତୁମ୍ଭେମାନେ ମାୟାବୀ ଯାଦୁବିଦ୍ୟା ଉପରେ ନିର୍ଭର କର,
ଯାହା ତୁମ୍ଭେମାନେ ଶିଖିବାକୁ ବହୁତ ପରିଶ୍ରମ କର।
ତୁମ୍ଭେମାନେ ସେଗୁଡ଼ିକୁ ବ୍ୟବହାରରେ ଲଗାଇପାର
କିମ୍ବା ସେଥିପାଇଁ ତୁମ୍ଭେମାନେ ଜିତିପାର।
13 ତୁମ୍ଭର ତ ବହୁ ଉପଦେଷ୍ଟା ଅଛନ୍ତି।
ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ।
ଏବେ ସେହି ଜ୍ୟୋତିଷମାନେ,
ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ
ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
14 “ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ,
ସେମାନେ କୁଟାପରି ଅଗ୍ନିରେ ଦଗ୍ଧିଭୂତ ହେବେ।
ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ।
ତାହା ଏପରି ଦଗ୍ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ।
15 ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ।
ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି,
ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ,
ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।”
ଜଣେ ସେବକ ଭଳି ହୁଅ
24 ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। 25 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି। 26 କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍। 27 ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।
28 “ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ। 29 ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି। 30 ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର[a] ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।
2010 by World Bible Translation Center