ଲୂକ ଲିଖିତ ସୁସମାଗ୍ଭର 18:18-30
Odia Holy Bible: Easy-to-Read Version
ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ
(ମାଥିଉ 19:16-30; ମାର୍କ 10:17-31)
18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”
19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ।’(A)”
21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”
22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।
24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”
କେଉଁମାନେ ପରିତ୍ରାଣ ପାଇ ପାରିବେ
26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”
27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”
28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା'ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
Read full chapter2010 by Bible League International