New Testament in a Year
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।
2010 by World Bible Translation Center