Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 19:1-20

ପାଉଲ ଏଫିସ ନଗରରେ

19 ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ। ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?”

ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”

ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?”

ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।”

ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”

ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟ‌ଦ୍‌ବାଣୀ କହିବାକୁ ଲାଗିଲେ। ସେମାନେ ସମୁଦାୟ ବାରଜଣ ଥିଲେ।

ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। ମାତ୍ର ସେମାନଙ୍କ ଭିତରୁ କେତେକ ଜି‌ଦ୍‌ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ। 10 ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।

ସ୍କୋବାଙ୍କ ପୁତ୍ରମାନେ

11 ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ। 12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।

13 ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।” 14 ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।

15 କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?”

16 ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ।

17 ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା। 18 ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ। 19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା। 20 ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center