Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13:26-52

26 “ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି। 27 ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ। 28 ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ।

29 “ତାହାଙ୍କ ବିଷୟରେ ସବୁ ଲେଖା ହୋଇଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଦେଲେ। 30 କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ। 31 “ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି:

‘ତୁମ୍ଭେ ମୋ’ ପୁତ୍ର,
    ଆଜି ମୁଁ ତୁମ୍ଭର ପିତା ହେଲି।’ (A)

34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ,

‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା
    ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’ (B)

35 ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି,

‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’ (C)

36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। 37 କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। 38-39 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। 40 ତେଣୁ ସାବଧାନ ରୁହ ଯେ, ଭବିଷ୍ୟ‌ଦ୍‌ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ,

41 ‘ଦେଖ, ଅବଜ୍ଞାକାରୀ ଲୋକମାନେ,
    ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା’ପରେ ମରିବାକୁ ଯାଇଥାଅ,
କାରଣ ମୁଁ ତୁମ୍ଭମାନଙ୍କ ସମୟରେ,
    ଏପରି ଗୋଟିଏ କାର୍ଯ୍ୟ କରିବି
ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା,
    ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’” (D)

42 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। 43 ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ।

44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। 45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। 46 କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି:

‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ।
    ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” (E)

48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। 51 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center