Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 20:1-16

ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା

20 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା’ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା’ପରେ ସେ ଗ୍ରୀ‌ସ୍‌ରେ ପହଞ୍ଚିଲେ। ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ।

ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲି‌ପ୍‌ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।

ପାଉଲଙ୍କର ତ୍ରୋୟା ଯାତ୍ରା

ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।

10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।

ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା

13 ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା’ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। 16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center