Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 21:18-40

18 ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ। 19 ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ।

20 ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। 21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।

22 “ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ। 23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଗ୍ଭରି ଜଣ ଲୋକ ଅଛନ୍ତି। 24 ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।

25 “ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ:

‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ।

ରକ୍ତ ଖାଅ ନାହିଁ।

ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’”

ପାଉଲଙ୍କୁ ଗିରଫ କରାଗଲା

26 ତେଣୁ ପାଉଲ ତହିଁ ଆରଦିନ ସେହି ଗ୍ଭରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚି କଲେ। ତା’ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୁରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ।

27 ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। 28 ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।

30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। 32 ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।

33 ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। 34 ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। 35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”

37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?”

ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? 38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।”

39 ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।”

40 ପାଉଲ ସେନାପତିଙ୍କଠାରୁ ଅନୁମତି ପାଇ ପାହାଚ ଉପରେ ଠିଆ ହୋଇଗଲେ। ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ। ତା’ପରେ ସେ ଏବ୍ରୀ ଭାଷାରେ କହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center