Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 10:24-48

24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।

25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।

28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”

30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”

କର୍ଣ୍ଣୀଲିୟଙ୍କ ଘରେ ପିତରଙ୍କ ଶିକ୍ଷା

34 ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ। 35 କିନ୍ତୁ ପରମେଶ୍ୱର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି। 36 ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।

37 “ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ସମ୍ପର୍କରେ ପ୍ରଗ୍ଭର ହେବାପରେ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୂଦାରେ ଯାହାସବୁ ଘଟିଲା, ତାହା ତୁମ୍ଭେମାନେ ଜାଣିଛ। 38 ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ।

39 “ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ। 40 କିନ୍ତୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦେଖାଇଲେ। 41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖି ପାରିଲେ। ଆମ୍ଭେମାନେ ସେହି ସାକ୍ଷୀ ଅଟୁ। ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

42 “ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଗ୍ଭରକ ହେବା ନିମନ୍ତେ କେବଳ ଏକମାତ୍ର ସେ ଯେ ନିଯୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ୟ ଦେବା ପାଇଁ ମଧ୍ୟ କହିଲେ। 43 ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରିବ, ସେ ପାପ କ୍ଷମା ପାଇବ। ପରମେଶ୍ୱର ଯୀଶୁଙ୍କ ନାମରେ ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା କରିଦେବେ। ସମସ୍ତ ଭାବବାଦୀଙ୍କ ଦ୍ୱାରା କଥିତ ଏହି ବାକ୍ୟ ନିରାଟ ସତ୍ୟ ଅଟେ।”

ଅଣଯିହୂଦୀମାନଙ୍କ ଉପରେ ପବିତ୍ରଆତ୍ମାଙ୍କର ଅଧିଷ୍ଠାନ

44 ପିତର ଏହିକଥା କହିବା ସମୟରେ ସୁସମାଗ୍ଭର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ରଆତ୍ମା ଓହ୍ଲାଇ ଆସିଲେ। 45 ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା। 46 ସେମାନଙ୍କ ଭିନ୍ନଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣିଲେ। 47 ତା’ପରେ ପିତର କହିଲେ, “ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ’ଣ କେବେ ଜଳ ଯୋଗଇ ଦେବା ପାଇଁ ମନା କରି ପାରିବ? ସେମାନେ ମଧ୍ୟ ଆମ୍ଭପରି ପବିତ୍ରଆତ୍ମାଙ୍କୁ ଗ୍ରହଣ କରିଛନ୍ତି!” 48 ତେଣୁ ପିତର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ, ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା’ପରେ ଲୋକମାନେ ପିତରଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ଅନୁରୋଧ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center