New Testament in a Year
ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ(A)
21 ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।”
22 ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। 23 ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। 24 ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ।
25 ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?”
26 ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ। 27 ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।” 28 ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ। 29 ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ।
30 ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।
ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ
31 ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। 32 ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”
33 ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।
34 “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ । 35 ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”
ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ(B)
36 ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?”
ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।”
37 ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।”
38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।”
2010 by World Bible Translation Center