Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 19:21-41

ପାଉଲଙ୍କର ଯାତ୍ରା ଯୋଜନା

21 ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।” 22 ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।

ଏଫିସରେ ଉପଦ୍ରବ

23 ସେସମୟରେ ‘ପରମେଶ୍ୱରଙ୍କ ପଥ’ ବିଷୟରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେଲା। 24 ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା।

25 ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ। 26 ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି। 27 ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”

28 ସେମାନେ ଏହା ଶୁଣି ଭୀଷଣ ରାଗିଗଲେ ଓ ଚିତ୍କାର କରି କହିଲେ, “ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି।” 29 ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ। 30 ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। 31 ସେହି ଦେଶର କେତେକ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସେମାନେ ତାହାଙ୍କୁ ଖେଳପଡ଼ିଆ ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ।

32 ଏହି ସମୟ ଭିତରେ ନାନା ଲୋକ ନାନା କଥା କହିଲେ ଓ ପାଟିକଲେ। ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ। ଏହା ଫଳରେ ସଭାରେ ପାଟିତୁଣ୍ଡ ହେଉଥିଲା। 33 ସେତେବେଳେ ଯିହୂଦୀୟମାନେ ଆଲେ‌କ୍‌ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେ‌କ୍‌ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ। 34 କିନ୍ତୁ ଯେତେବେଳେ ଲୋକମାନେ ଆଲେ‌କ୍‌ଜାଣ୍ଡାରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତେବେଳେ ସେମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କଲେ ଓ କହିଲେ, “ଏଫିସୀୟମାନଙ୍କର ମହାଦେବୀ ଆର୍ତ୍ତେମୀ ମହାନ୍ ଅଟନ୍ତି…!”

35 ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ? 36 ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍।

37 “ତୁମ୍ଭେମାନେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସେମାନେ କୌଣସି ମନ୍ଦିର ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି। 38 ସେ କହିଲେ, “ଆମ୍ଭର ବିଗ୍ଭରାଳୟ ଅଛି ଓ ବିଗ୍ଭରକମାନେ ମଧ୍ୟ ଅଛନ୍ତି। ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା’ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାରନ୍ତି।

39 “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। 40 ଆଜିର ଜନ ସଭାରେ ଆନ୍ଦୋଳନ ସକାଶେ ଆମ୍ଭେ ଦୋଷୀ ହୋଇପାରୁ, ଯେହେତୁ ଆମ୍ଭପାଖରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।” 41 ଏହା କହି ସେ ସଭା ଭାଙ୍ଗିଲେ। ତା’ପରେ ସେ ଲୋକମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସମସ୍ତେ ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center