Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 16:1-21

ତୀମଥି ପାଉଲ ଓ ଶୀଲାଙ୍କ ସହିତ ଗଲେ

16 ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ। ତୀମଥିଙ୍କୁ ଲୁସ୍ତ୍ରା ଓ ଇକନିୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ। ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ।

ସେମାନେ ନଗରରୁ ନଗର ଭ୍ରମଣ କଲାବେଳେ ଯିରୁଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ ବିଶ୍ୱାସୀମାନଙ୍କୁ କହୁଥିଲେ ଓ ସେହି ଉପଦେଶଗୁଡ଼ିକୁ ପାଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉ ଥିଲେ। ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସେଗୁଡ଼ିକ ବିଶ୍ୱାସରେ ଶକ୍ତିଶାଳୀ ହେଉଥିଲେ।

ଏସିଆରୁ ବାହାରକୁ ଯିବା ପାଇଁ ପାଉଲଙ୍କୁ ଆଦେଶ

ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ। ସେମାନେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ତା’ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ।

ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।” 10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।

ଲୂଦିଆଙ୍କ ହୃଦୟ ପରିବର୍ତ୍ତନ

11 ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ। 12 ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ।

13 ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ। 14 ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ। 15 ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା।

ପାଉଲ ଓ ଶୀଲା କାରାଗାରରେ

16 ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ [a] ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା। 17 ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋ‌ର୍‌‌ରେ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ। ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି।” 18 ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।

19 ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ। 20 ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, “ଏମାନେ ଯିହୂଦୀୟଲୋକ। ଏମାନେ ଆମ୍ଭ ନଗରରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି। 21 ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center