New Testament in a Year
23 ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” 2 ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। 3 ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
4 ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”
5 ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ [a]”
6 ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋର୍ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”
7 ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। 8 ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। 9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”
10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”
ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର
12 ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। 13 ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ। 14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ। 15 ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”
2010 by World Bible Translation Center