Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 27:1-26

ପାଉଲଙ୍କର ରୋମକୁ ଜଳଯାତ୍ରା

27 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।

ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। ତା’ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। ତା’ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। ସେଠାରେ ଯୂଲିଅ ଆଲେ‌କ୍‌ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।

ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା’ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।

ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ। 10 ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।” 11 କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ। 12 ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।

ତୋଫାନ

13 ତା’ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। “ଉତ୍ତର ପୂର୍ବୀୟ” ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।

16 ତା’ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଳାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ।

18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ।

21 ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା। 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ, 24 ‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’ 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center