New Testament in a Year
ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା
13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟଦ୍ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣବ୍ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। 2 ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”
3 ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।
ବର୍ଣ୍ଣବ୍ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା
4 ବର୍ଣ୍ଣବ୍ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। 5 ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।
6 ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟଦ୍ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। 7 ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡକାଇ ପଠାଇଲେ। 8 ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। 9 ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”
ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।
ପାଉଲ ଓ ବର୍ଣ୍ଣବ୍ବାଙ୍କର କୁପ୍ରରୁ ପ୍ରସ୍ଥାନ
13 ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ପଂଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସେମାନଙ୍କୁ ଛାଡ଼ି ଯିରୁଶାଲମକୁ ଫେରି ଆସିଲେ। 14 ସେମାନେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗରରେ ଆସି ପହଞ୍ଚିଲେ।
ଆନ୍ତିୟଖିଆରେ ବିଶ୍ରାମ ଦିନରେ ସେମାନେ ଯିହୂଦୀମାନଙ୍କର ସମାଜଗୃହରେ ଯାଇ ବସିଲେ। 15 ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”
16 ତେଣୁ ପାଉଲ ଠିଆ ହୋଇ ହାତରେ ସଙ୍କେତ ଦେଲେ ଏବଂ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ପ୍ରକୃତ ଓ ପରମେଶ୍ୱରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମୋ’ କଥା ଶୁଣ। 17 ଇସ୍ରାଏଲର ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶରରେ ବିଦେଶୀ ଭାବେ ସେମାନେ ରହୁଥିବା ବେଳେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳରେ ସେଠାରୁ ସେମାନଙ୍କୁ ବାହାର ମଧ୍ୟ କରି ଆଣିଲେ। 18 ପରମେଶ୍ୱର ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ସେମାନଙ୍କର ଆଚରଣ ସହିଲେ। 19 ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ। 20 ଏହିସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ଯ୍ୟନ୍ତ ସେମାନେ ଅଧିକାର କଲେ।
“ତା’ପରେ ସେ ସେମାନଙ୍କୁ ଭବିଷ୍ୟଦ୍ବକ୍ତା ଶାମୁୟେଲଙ୍କ ସମୟ ପର୍ଯ୍ୟନ୍ତ ବିଗ୍ଭର କର୍ତ୍ତାମାନଙ୍କୁ ଦେଲେ। 21 ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। 22 ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’
23 “ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। 24 ତାହାଙ୍କ ଆସିବା ପୂର୍ବରୁ ଯୋହନ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ପ୍ରଗ୍ଭର କରି କହିଥିଲେ ଯେ, ସେମାନଙ୍କ ଜୀବନରେ ପରିବର୍ତ୍ତନ ହୋଇ ଥିବାର ଚିହ୍ନ ସ୍ୱରୁପ ସେମାନେ ବାପ୍ତିସ୍ମ ନେବା ଆବଶ୍ୟକ। 25 ଯୋହନ ତାହାଙ୍କ କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ‘ମୋତେ ତୁମ୍ଭେମାନେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମୋର ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ।’
2010 by World Bible Translation Center