Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 9:22-43

22 କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ।

ଶାଉଲ ଯିହୂଦୀଙ୍କଠାରୁ ରକ୍ଷା ପାଇବା

23 ଅନେକ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ। 24 ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ। 25 କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ।

ଯିରୁଶାଲମରେ ଶାଉଲ

26 ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। 27 ମାତ୍ର ବର୍ଣ୍ଣ‌ବ୍‌‌ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।

28 ତା’ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। 29 ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। 30 ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ।

31 ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।

ଲୂଦ ଓ ଯାଫୋରେ ପିତର

32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

36 ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ। 37 ପିତର ଯେତେବେଳେ ଲୂଦରେ ଥିଲେ, ସେତେବେଳେ ସେ ଅସୁସ୍ଥ ହୋଇ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ। 38 ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।”

39 ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ। 40 ପିତର କୋଠରି ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, “ଟାବୀଥା, ଉଠ।” ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। 41 ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ।

42 ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ। 43 ତା’ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center