Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 13:1-20

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।

ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”

ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”

ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।”

ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”

ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”

10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” 11 ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”

12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? 13 ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” 14 ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। 15 ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। 16 ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। 17 ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।

18 “ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’ 19 ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center