Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 19:1-22

19 ତା’ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ।

ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” ତା’ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”

ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।”

କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।”

ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”

ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। 10 ପୀଲାତ କହିଲେ, “ତୁମ୍ଭେ କ’ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।”

11 ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା’ର ପାପ ଆହୁରି ଗୁରୁତର।”

12 ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”

13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ‘ଗ‌ବ୍‌ବଥା’ ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। 14 ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।”

15 ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।”

ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?”

ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”

16 ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା।

ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ(A)

ସୈନିକମାନେ ଯୀଶୁଙ୍କୁ ନେଇଗଲେ। 17 ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗ‌‌‌‌‌‌‌ଲ୍‌‌‌‌ଗଥା’ କହନ୍ତି। 18 ସେହି ‘ଗ‌‌‌‌‌‌‌ଲ୍‌‌‌‌ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।

19 ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” 20 ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।

21 ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ।

22 ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center