Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 21:20-38

ଯିରୁଶାଲମର ଧ୍ୱଂସ(A)

20 “ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି। 21 ସେତେବେଳେ ଯିହୂଦାର ଲୋକେ ପର୍ବତ ଆଡ଼କୁ ପଳାଇଯିବା ଉଚିତ୍। ଯିରୁଶାଲମ ନଗର ଭିତରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡ଼ି ଗ୍ଭଲିଯିବା ଉଚିତ୍। ଜଣେ ଯଦି ନଗର ବାହାରେ ଥିବ, ତେବେ ସେ ନଗର ଭିତରକୁ ଯିବା ଉଚିତ୍ ନୁହେଁ। 22 ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ। 23 ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ। 24 କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।

ଭୟ କର ନାହିଁ(B)

25 “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। 26 ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। 28 ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”

ମୋର ବାକ୍ୟ ଅନନ୍ତକାଳସ୍ଥାୟୀ(C)

29 ତା’ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, “ସବୁ ଗଛଗୁଡ଼ିକୁ ଦେଖ। ଡିମ୍ବିରିଗଛଟି ଗୋଟିଏ ଭଲ ଉଦାହରଣ। 30 ସେଗୁଡ଼ିକରେ ଯେତେବେଳେ ନୂଆ ପତ୍ର କଅଁଳେ, ତୁମ୍ଭେମାନେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି। 31 ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି।

32 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହିସବୁରେ ଲୋକେ ବଞ୍ଚିଥିବା ସମୟ ଭିତରେ ଏସବୁ ଘଟଣା ଘଟିବ। 33 ପୃଥିବୀ ଓ ଆକାଶ ଲୋପ ହୋଇ ଯାଇପାରେ। କିନ୍ତୁ ମୋର ବାକ୍ୟ କଦାପି ଲୋପ ହେବ ନାହିଁ। ମୋର ବାକ୍ୟ ଅନନ୍ତକାଳସ୍ଥାୟୀ।

ସବୁବେଳେ ପ୍ରସ୍ତୁତ ଥାଅ

34 “ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ। 35 ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ। 36 ତେଣୁ ସଦାବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସେଗୁଡ଼ିକ ମଧ୍ୟଦେଇ ନିରାପଦରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭେମାନେ ଆତ୍ମବିଶ୍ୱାସର ସହିତ ମନୁଷ୍ୟପୁତ୍ରଙ୍କ ଆଗରେ ଠିଆ ହୋଇ ପାରିବା ପାଇଁ ପ୍ରାର୍ଥନା କରା”

37 ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ। 38 ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center