New Testament in a Year
ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ
27 “ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ’ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ’ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। 28 ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।”
ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।”
29 ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।
କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।”
30 ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ। 31 ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। 32 ମୁଁ ଜଗତରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।” 33 ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ।
34 ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”
35 ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। 36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ
37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟଦ୍ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,
“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(A)
39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:
40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” (B)
41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।
42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ
44 ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। 45 ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। 46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।
47 “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। 48 ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। 49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। 50 ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
2010 by World Bible Translation Center