Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:1-22

ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।

ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?”

ତା’ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11 ଯୀଶୁ ହେଉଛନ୍ତି

‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
    କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’ (A)

12 ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”

13 ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ। 14 ସେମାନେ ଦେଖିଲେ, ସେହି ଛୋଟ ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ।

15 ସେମାନଙ୍କୁ ସଭାରୁ ଗ୍ଭଲିଯିବା ପାଇଁ ଆଦେଶ ଦେଲେ। ତା’ପରେ ନେତାମାନେ କ’ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ। 16 ସେମାନେ କହିଲେ, “ଏ ଲୋକମାନଙ୍କ ପ୍ରତି ଆମ୍ଭେ କ’ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଗୋଟିଏ ଅସାଧାରଣ କାର୍ଯ୍ୟ କରିଛନ୍ତି। ଆମ୍ଭେ ଏହା ଅସ୍ୱୀକାର କରି ପାରିବା ନାହିଁ। 17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”

18 ତେଣୁ ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବା ପାଇଁ ଆଦେଶ ଦେଲେ। 19 କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।”

20-21 ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ। 22 ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center