Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:22-42

22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”

25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋ‌ର୍‌‌ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।

27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା’ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, 28 “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”

29 ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। 31 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। 32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।”

33 ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 34 କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। 35 ତା’ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। 36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା’ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। 37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।”

ସେମାନେ ତାହାଙ୍କ ଉପଦେଶ ମାନିଲେ। 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା’ପରେ ସେମାନଙ୍କୁ ଛାଡ଼ି ଦେଲେ। 41 ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center