Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:23-37

ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ

23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି,

‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି?
    ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ।

26 ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଲେ
    ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’ (A)

27 ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”

31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।

ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା

32 ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।

36 ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ। ପ୍ରେରିତମାନେ ତାହାଙ୍କୁ “ବର୍ଣ୍ଣ‌ବ୍‌‌ବା” ନାମରେ ଡାକୁଥିଲେ। ଏହି ନାମର ଅର୍ଥ, “ସାହାଯ୍ୟକାରୀ” ସେ କୁପ୍ରୀୟ ଜାତିର ଜଣେ ଲେବୀୟ ଥିଲେ। 37 ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲ‌ବ୍‌‌ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center