Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 2:1-5

God’s Message to Judah and Jerusalem

ଆମୋସଙ୍କ ପୁତ୍ର ଯିଶାଇୟ ଯିହୁଦା ଓ ଯିରୁଶାଲମ ବିଷୟରେ ଯେଉଁ ଦର୍ଶନ ପାଇଥିଲେ ତାହାର ବୃତ୍ତାନ୍ତ।

ଶେଷ ଦିନରେ ଏହା ହିଁ ଘଟିବ।
    ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ।
ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ।
    ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।
ବହୁ ଲୋକ ସେଠାକୁ ଯିବେ।
    ସେମାନେ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯିବା।
    ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଆମ୍ଭେମାନେ ଯିବା।
ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ପଥ ବିଷୟରେ ଶିକ୍ଷା ଦେବେ।
    ଆମ୍ଭେମାନେ ତାହା ଅନୁସରଣ କରିବା।”

ପରମେଶ୍ୱରଙ୍କର ଶିକ୍ଷାସମୂହ-ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମରେ ସିୟୋନ ପର୍ବତରୁ
    ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ପ୍ରସାରିତ ହେବ।
ତା’ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ।
    ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ।
    ସେମାନେ ‌‌ଖ‌ଡ଼୍‌ଗରେ ଲଙ୍ଗଳର ଲୁହା ତିଆରି କରିବେ,
    ବର୍ଚ୍ଛାରେ ଦାଆ ତିଆରି କରିବେ।
ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ।
    ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।

ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।

ଗୀତସଂହିତା 122

ଦାଉଦ ମନ୍ଦିର ଯିବା ସମୟରେ ଗୀତ।

122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
    “ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
    ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
    ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
    ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।

ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
    “ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
    ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”

ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
    ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
    ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।

ରୋମୀୟଙ୍କ ପ୍ରତି ପତ୍ର 13:11-14

11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। 12 ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। 14 ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।

ମାଥିଉ ଲିଖିତ ସୁସମାଗ୍ଭର 24:36-44

କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି(A)

36 “ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି।

37 “ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। 38 ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। 39 ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ।

“ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। 40 ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। 41 ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ।

42 “ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। 43 ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44 ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center