Revised Common Lectionary (Semicontinuous)
ଦାଉଦ ମନ୍ଦିର ଯିବା ସମୟରେ ଗୀତ।
122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
“ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
2 ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
3 ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।
6 ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
“ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”
8 ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
ଲୋକମାନେ ଦୁଷ୍ଟ ପ୍ରକୃତିର ହେଲେ
6 ପୃଥିବୀରେ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ମନୁଷ୍ୟମାନଙ୍କର ଅନେକ କନ୍ୟାଜାତ ହେଲେ। 2-4 ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ।
ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”
5 ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। 6 ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା। 7 ତେଣୁ ସଦାପ୍ରଭୁ କହିଲେ, “ମୁଁ ସମସ୍ତ ମନୁଷ୍ୟକୁ ଧ୍ୱଂସ କରି ଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ୟ, ପଶୁ ଏବଂ ପ୍ରତ୍ୟେକ ଖେଚର ପ୍ରାଣୀମାନଙ୍କୁ ଧ୍ୱଂସ କରି ଦେବି। ଏବଂ ଆକାଶର ସମସ୍ତ ପକ୍ଷୀକୂଳକୁ ମଧ୍ୟ ଧ୍ୱଂସ କରି ଦେବି। କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।”
8 କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପାତ୍ର ଥିଲେ।
ନୋହ ଏବଂ ପ୍ରଳୟଙ୍କାରି ବନ୍ୟା
9 ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। 10 ନୋହଙ୍କର ତିନୋଟି ପୁତ୍ର ଥିଲେ। ସେମାନେ ହେଲେ ଶେମ, ହାମ ଓ ଯେଫତ୍।
ବିଶ୍ୱାସ
11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। 2 ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।
4 କୟିନ ଓ ହେବଲ ଦୁହେଁ ପରମେଶ୍ୱରଙ୍କୁ ବଳି ଉତ୍ସର୍ଗ କଲେ। କିନ୍ତୁ ବିଶ୍ୱାସ ଥିବା ହେତୁ ହେବଲ ଭଲ ବଳି ଉତ୍ସର୍ଗ କଲେ। ପରମେଶ୍ୱର କହିଲେ, ଯେ, ସେ ହେବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିଲେ। ପରମେଶ୍ୱରଙ୍କଠାରେ ହେବଲର ବିଶ୍ୱାସ ହେତୁ ତାହାକୁ ଭଲ ଲୋକ ବୋଲି କହିଲେ। ହେବଲ ମରି ଯାଇଛି କିନ୍ତୁ ନିଜ ବିଶ୍ୱାସ ହେତୁ ଏବେ ସୁଦ୍ଧା ସେ କଥା କହୁଛି।
5 ବିଶ୍ୱାସ ହେତୁ ହନୋକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ ହେଲା। ସେ କେବେବି ମୃତ୍ୟୁ ଅନୁଭବ କଲେ ନାହିଁ। ଶାସ୍ତ୍ର କୁହେ ଯେ, ହନୋକଙ୍କୁ ଉଠାଇ ନେଇ ଯିବା ପୂର୍ବରୁ ସେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ଲୋକେ ତାହାଙ୍କୁ ଖୋଜି ପାରିଲେ ନାହିଁ, କାରଣ ପରମେଶ୍ୱର ହନୋକଙ୍କୁ ନିଜ ସହିତ ରହିବା ଲାଗି ନେଇଗଲେ। 6 ବିଶ୍ୱାସ ବିନା ଜଣେ ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ୱରଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରିବା ଉଚିତ୍। ଯିଏ ପରମେଶ୍ୱରଙ୍କ ପାଖକୁ ଆସିବ ସେ ବିଶ୍ୱାସ କରିବା ଦରକାର ଯେ ଯିଏ ପ୍ରକୃତରେ ତାହାଙ୍କୁ ଖୋଜେ, ପରମେଶ୍ୱର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
2010 by World Bible Translation Center