Revised Common Lectionary (Semicontinuous)
117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
2 କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ନୂତନ ଇସ୍ରାଏଲ
31 ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”
2 ସଦାପ୍ରଭୁ କହନ୍ତି,
“ଖଡ଼୍ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ,
ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।”
3 ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ
ଦର୍ଶନ ଦେଲେ ଓ କହିଲେ,
“ଆମ୍ଭେ ଚିରସ୍ଥାୟୀ ଭାବରେ ତୁମ୍ଭକୁ ପ୍ରେମ କରି ଆସିଛୁ।
ଏଣୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।
4 “ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା।
ତୁମ୍ଭେ ପୁନର୍ବାର ଏକ ଦେଶ ହେବ।
ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ
ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।
5 ତୁମ୍ଭେ କୃଷକମାନେ ପୁନର୍ବାର ଶମରିୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ।
ତୁମ୍ଭେମାନେ ରୋପଣ କରି
ତାହାର ଫଳ ଭୋଗ କରିବ।
6 ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ
ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ,
‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।”
ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ
1 ପ୍ରିୟ ଥିୟଫିଲ,
ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। 2 ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି। 3 ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି। 4 ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ।
2010 by World Bible Translation Center