Revised Common Lectionary (Semicontinuous)
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ସଦାପ୍ରଭୁ ଆପଣା ଲୋକର ପ୍ରତ୍ୟାବର୍ତ୍ତନ ଇଚ୍ଛା କରନ୍ତି
1 ସଦାପ୍ରଭୁ ବେରିଖିୟଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ୟର ରାଜା ଦାରିୟାବସଙ୍କ ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଏହା ଘଟିଥିଲା। ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
2 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ। 3 ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସ ଏବଂ ମୁଁ ତୁମ୍ଭ ନିକଟକୁ ଫେରିଯିବି।” ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ।
4 ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେମାନେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ୟବହାର କର ନାହିଁ। ପୂର୍ବ ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ କହିଛନ୍ତି, ‘ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭେମାନେ ଜୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।’ କିନ୍ତୁ ତୁମ୍ଭର ସେହି ପୂର୍ବପୁରୁଷଗଣ ଆମ୍ଭ ବାକ୍ୟ ଶୁଣିଲେ ନାହିଁ।” ସଦାପ୍ରଭୁ ଏହିସବୁ କହନ୍ତି।
5 ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟଦ୍ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି? 6 ଆମ୍ଭେ ଆପଣା ଭବିଷ୍ୟଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”
The Four Horses
7 ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟଦ୍ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
8 ରାତିରେ ମୁଁ ଲାଲ୍ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ। 9 ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?”
ତା’ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।”
10 ତା’ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”
11 ତା’ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”
12 ତା’ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”
13 ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ।
14 ତା’ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି;
“ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।
15 ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ।
କାରଣ ସେମାନେ ବିପର୍ଯ୍ୟୟକୁ
ସର୍ବଦା ଆମନ୍ତ୍ରଣ କରୁଥିଲେ।”
16 ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।”
ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ
ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”
17 ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି,
‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ।
ଆମ୍ଭର ସିୟୋନ ପ୍ରତି ଦୟା ରହିବ।
ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’”
22 ପାଉଲ ଏ କଥା କହିବା ପର୍ଯ୍ୟନ୍ତ ଯିହୂଦୀମାନେ ଶୁଣୁଥିଲେ। ତା’ପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋର୍ରେ ପାଟି କରି କହିଲେ, “ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ୟ ନୁହଁ।” 23 ସେମାନେ ଚିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ। 24 ତା’ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଗ୍ଭରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ। 25 ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ, “ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ’ଣ ଆଇନ ସଙ୍ଗତ ଅଟେ?”
26 ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, “ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?”
27 ତେଣୁ ସେନାଧ୍ୟକ୍ଷ ଯାଇ ପାଉଲଙ୍କୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ କ’ଣ ପ୍ରକୃତରେ ଜଣେ ରୋମୀୟ ନାଗରିକ?”
ପାଉଲ ଉତ୍ତର ଦେଲେ, “ହଁ।”
28 ସେନାଧ୍ୟକ୍ଷ କହିଲେ, “ମୁଁ ଜଣେ ରୋମୀୟ ନାଗରିକ ହେବା ପାଇଁ ପ୍ରଚୁର ଟଙ୍କା ଦେଇଥିଲି।।”
ପାଉଲ କହିଲେ, “କିନ୍ତୁ ମୁଁ ଜଣେ ରୋମୀୟ ନାଗରିକ ଭାବେ ଜନ୍ମ ନେଇଥିଲି।”
29 ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ।
ପାଉଲ ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ହେଲେ
30 ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଗ୍ଭହିଁଲେ, ଯିହୂଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ’ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଯିହୂଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତା’ପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲି ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଗ୍ଭର ପାଇଁ ଠିଆ କରାଇଲେ।
23 ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” 2 ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। 3 ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
4 ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”
5 ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ [a]”
6 ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋର୍ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”
7 ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। 8 ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। 9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”
10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”
2010 by World Bible Translation Center