Revised Common Lectionary (Semicontinuous)
ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
1 ଏହି ବାର୍ତ୍ତାଟି ଭବିଷ୍ୟଦ୍ବକ୍ତା ହବକ୍କୂକକୁ ପ୍ରଦାନ କରାଯାଇଥିଲା। ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
2 ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ। 3 ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି? 4 ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ।
2 ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି।
ମୁଁ ନଗର ପ୍ରାଚୀରରେ ଜଗିବି।
ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି।
ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।”
ପରମେଶ୍ୱର ହବକ୍କୂକଙ୍କୁ ଉତ୍ତର ଦିଅନ୍ତି
2 ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। 3 ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। 4 ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”
ସାଦେ
137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
1 ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର।
ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।
2 ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠାରେ ରହିଥାଉ।
3 ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। 4 ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।
11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।
ଜଖିୟ
19 ଯୀଶୁ ଯିରୀହୋ ନଗର ଦେଇ ଯାଉଥିଲେ। 2 ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ। 3 ସେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଆହୁରି ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନ ଥିଲା। 4 ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସେଭଳି ଗୋଟିଏ ସ୍ଥାନକୁ ସେ ଦୌଡ଼ିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଗଲେ।
5 ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।”
6 ତା’ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ। 7 ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”
8 ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”
9 ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ। 10 ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।
2010 by World Bible Translation Center