Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।
76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
2 ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
3 ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖଡ଼୍ଗ
ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ।
4 ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
5 ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
6 ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
7 ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି।
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ [a] ଶକ୍ତିଶାଳୀ ହୁଅନ୍ତୁ।
11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
ପରମେଶ୍ୱର ସମସ୍ତ ଗୋଷ୍ଠୀର ବିଗ୍ଭର କରିବେ
66 ସଦାପ୍ରଭୁ ଏହିକଥା କୁହନ୍ତି,
“ସ୍ୱର୍ଗ ଆମ୍ଭର ସିଂହାସନ
ଓ ପୃଥିବୀ ଆମ୍ଭର ପାଦପୀଠ।
ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ
ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ?
2 ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଅଛୁ।
ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।”
ମାତ୍ର “ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ ଥରହର ହୁଏ,
ତାହା ପ୍ରତି ଆମ୍ଭେ ଦୃଷ୍ଟି ଦେବା।
3 ଯେ ଗୋବଧ କରେ ସେ ନରହତ୍ୟାକାରୀ ପରି ହୁଏ,
ଯେ ମେଷଶାବକ ବଳିଦାନ କରେ
ଯେ କୁକୁରର ବେକ କାଟିଲା ଲୋକପରି ହୁଏ,
ଯେ ନୈବେଦ୍ୟ ଉତ୍ସର୍ଗ କରେ,
ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ,
ଯେ ସୁବାସିତ ଧୂପ ଜଳାଏ,
ସେ ଦେବତାର ଧନ୍ୟବାଦ କରିବା ଲୋକପରି ହୁଏ।
ସେମାନେ ନିଜ ନିଜ ପଥ ମନୋନୀତ କରିଅଛନ୍ତି।
ସେମାନଙ୍କର ଆତ୍ମା ନିଜର
ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ।
4 ମୁଁ ସେମାନଙ୍କ ପ୍ରତି କଠୋର ହେବି ଓ ଆଣିବି ଯାହା ସେମାନେ ଭୟ କରନ୍ତି
କାରଣ ସେମାନେ ଉତ୍ତର କଲେ ନାହିଁ,
ଯେତେବେଳେ ମୁଁ ସେମାନଙ୍କୁ ଡାକିଲି ଏବଂ ଶୁଣିଲେ ନାହିଁ
ଯେତେବେଳେ ସେମାନେ କୁହା ହେଲେ।
ସେମାନେ ସବୁକିଛି କଲେ
ଯାହା ମୋର ଚକ୍ଷୁରେ ମନ୍ଦ ବୋଲି ବୁଝା ହେଲା।
ସେମାନେ ଜିନିଷ ମନୋନୀତ କଲେ,
ଯାହା ମୁଁ ପସନ୍ଦ କଲି ନାହିଁ।”
5 ତୁମ୍ଭେ ଯେଉଁ ଦିନ ସଦାପ୍ରଭୁଙ୍କ ବାକ୍ୟରେ କମ୍ପିତ ହେଉଅଛ,
ତାଙ୍କର ବାକ୍ୟ ଶୁଣ।
“ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି
ଓ ଆମ୍ଭର ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି;
ସେମାନେ କହି ଅଛନ୍ତି, ‘ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା,
ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହୁଅନ୍ତୁ,’
ମାତ୍ର ସେମାନେ ଲଜ୍ଜିତ ହେବେ।”
ଶାସ୍ତି ଓ ଏକ ନୂତନ ଗୋଷ୍ଠୀ
6 ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।
7-8 “କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା’ର ସନ୍ତାନଗଣଙ୍କୁ ପ୍ରସବ କଲା। 9 ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?”
ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?”
10 ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ।
ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା’ର ଆନନ୍ଦ ପାଇଁ ଉଲ୍ଲାସ କର।
11 ତହିଁରେ ତୁମ୍ଭେମାନେ ତାହାର
ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ;
ତୁମ୍ଭେମାନେ ତା’ର “ଦୁଗ୍ଧ” ଦୋହନ କରି
ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।
12 ସଦାପ୍ରଭୁ ଏହା କହନ୍ତି,
“ଏହା ଶାନ୍ତି ରୂପେ ତା’ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ।
ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ,
ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ।
13 ମା ଯେପରି ତା’ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା
ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।”
ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର
23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।
25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।” [a]
27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା’ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।
31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।
11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।
2010 by World Bible Translation Center